Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Fantasy

5.0  

Krushna Chandra Dakua

Fantasy

ଅତୀତ ସ୍ୱପ୍ନ

ଅତୀତ ସ୍ୱପ୍ନ

1 min
326


କଣ ସତ ଥିଲା 

ସେ ଦିନର ସ୍ୱପ୍ନ ସବୁ ?

ନା ଜଣା ନାହିଁ

କିଛି ଜଣା ନାହିଁ ମୋତେ,

ମନେ ଅଛି କେବଳ 

ସେ ଦିନର

ଅନେକ ଆଶା ଅସୁମାରୀ 

ଆଊ ଆକାଂକ୍ଷାର 

ବିପୁଳ ବିଜୟ ଭାବନା !!


ମନରେ କେବଳ 

ସେ ସମୟେ ଭରି ରହିଥାଏ 

ଅହେତୁକ ତୃଷ୍ଣା ଓ ଉନ୍ମାଦନା 

ଜୀବନର ଜ୍ବଳନ୍ତ ଦ୍ୱିପକୁ 

ଖୋଜି ପାଇବାରେ !!


କିନ୍ତୁ ସେହି ଗହଳ ପରିବେଶ ମଧ୍ୟରେ

ଭାବ ଭଙ୍ଗୀ ଓ ଭାବନା 

ଯେମିତି ଅବ୍ୟକ୍ତ ଥିଲା,

ମୁଁ ବା କେମିତି ଜାଣିବି 

ସେ ନିରବ ନିସବ୍ଦ ମୁହଁର ଭାଷା,

ମୁଁ ତ କେବେଳ ଚାହେଁ 

ଅର୍ନଗଳ କଥା ପଦିଏ ଆଊ

ଅସମାପ୍ତି ଭାବନାର ପୂର୍ଣ୍ଣଛେଦ !!


ହେଲେ ସେ ସବୁ ନାହିଁ ମୋ ପାଈଁ

କେବଳ ଯେମିତି ତିଆରି ହୋଇଥିଲା

ଭରପୁର ଚକ୍ରାନ୍ତ ଆଊ ଯୋଜନା ବଧ ଯନ୍ତ୍ରଣା,

କଣ ବା ହେବ ଯୋଜନା ତିଆରି କରୁଥିବା 

ମଣିଷ ଯେମିତି ଆଜି ନିରବ ନିରୁପାୟ

କିଛି ନାହିଁ ଉପାୟ ଯନ୍ତ୍ରଣା ଦେବାରେ,

କିନ୍ତୁ ଏବେ ମୁଁ ମୋ ରାସ୍ତାରେ 

ମୋ ଚଲାପଥକୁ ପାଥେୟ କରି 

ଶାନ୍ତିରେ ବଞ୍ଚିବା ଲକ୍ଷ୍ୟ ପଥରେ !! 

 


Rate this content
Log in

Similar oriya poem from Fantasy