ଅତୀତ କି ଫେରେ
ଅତୀତ କି ଫେରେ
ପିଲାଦିନେ କେତେ ସଂଗ ମେଳେ
କେତେ ସମୟ କଟିଛି
ସାଥିହୋଇ ଗାଁ ର ପୁ୍ରୁଣା ବଡ଼ ବର
ଗଛ ଓହଳରେ ଖେଳିଛି
ମୋର ଭାରି ମନେ ପଡେରେ
ସେ ତ ଅତୀତ, ଆଉ ଫେରିବେନି ଥରେ।
ମୋ ସ୍କୁଲ ଥିଲା ଏକ ପାହାଡ଼ର ତଳେ
ବଣ କୋଳି ଖାଉଥିଲି ପଢିଲା ବେଳେ,
ମୋର ଭାରି ମନେ ପଡେରେ
ସେ ତ ଅତୀତ, ଆଉ ଫେରିବେନି ଥରେ।
ଆସୁଥିଲା ଯେତେବେଳେ ଋତୁରାଜ
ବସନ୍ତର କାଳ
ମଧୁର ବାସରେ ନାନାଜାତି ପୁଷ୍ପ
ପ୍ରବେଶେ ମହୀ ମଣ୍ଡଳ
ମନେପଡେ
, କାହୁଁ ପାଇବା ସେ ଶୋଭା
ସେ ତ ଅତୀତ, ଆଉ ମଣ୍ଡିଵନି ଥରେ ଧରଣୀ ରାଣୀର ଗଭା।
ମଧୁମୟ ଅଟେ ଋତୁ ଶ୍ରେଷ୍ଠ ଋତୁ ବସନ୍ତ
ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ତାର ମହତ୍ତ୍ଵ
ସେହି ଏବେ ନୀରସ, ବରଷା ସାଧୁଛି ଦାଊ
ସେ ତ ଅତୀତ, କାହୁଁ ପାଇବା ତାହା ଆଉ ।
ଗାଁ ମାନଙ୍କୁ ଧାଉଁଥିଲି, କଲେଜରେ ପଢ଼ିବା
ସମୟରେ
ମନ ଆନନ୍ଦରେ ଭରୁଥିଲା ସୁନ୍ଦର ଅମୃତମୟ ବ୍ୟବହାରରେ,
ଗାଁରେ ପଙ୍କିଳ ରାଜନୀତି ଅଳିଆ ପଶି ସେ ଅଵସ୍ଥା ନାହିଁ ଆଉ
ସେ ତ ଅତୀତ, କାହୁଁ ପାଇବା ତାହା ଫେରିବନି ଆଉ ।