ଅତୀତ ବର୍ଷାର ଅଭୁଲା ସ୍ମୃତି
ଅତୀତ ବର୍ଷାର ଅଭୁଲା ସ୍ମୃତି
ହେଲି ମୁଁ ପ୍ରସ୍ତୁତ ଦିନେ ଯିବାକୁ ଆମ ସ୍କୁଲକୁ
ଆଦ୍ୟ ଯୌବନର ଅସରରେ ଡୁବାଇ ତନକୁ l
ଧାରା ଶ୍ରାବଣ ମାସର ଶନିବାର ଥିଲା ସେଦିନ
ଟିକେ ଯାଇଥିଲା ଛାଡ଼ି ବର୍ଷା ଖୁସି ଥିଲା ମନ l
ବୋଉବାପାଙ୍କୁ ମାରି ମୁଣ୍ଡିଆ ଧରି ଶୂନ ଗାଡ଼ିରେ
ପେଡାଲ ମାରି ଆଗେଇ ଗଲି ବର୍ଷା ବିରତିରେ l
ସ୍କୁଲ ମୋର କୋଶେ ବାଟରେ ଝଡ଼ି ବର୍ଷା ଦିନ
ମନେ ଥିଲା ମୋ ଆଶଙ୍କା ଡେରି ହେବ ଗମନ l
ବଢ଼ାଇ ଦେଲି ମୁଁ ଶୂନଗାଡ଼ିର ଗତି ଜାଣିଶୁଣି
ବାଟରେ ନ ଅଟକି ସିଧା ଚାଲିଲି ଘଣ୍ଟି ଗଣି ଗଣି l
ବର୍ଷାର ପ୍ରାବଲ୍ୟ ବାଧ୍ୟ କଲା ମୋତେ ରୋକିବାକୁ
କରିବାର୍ଥେ ସ୍ବଦେହ ରକ୍ଷା ବୃଷ୍ଟିପାତୁ ସତ ସତକୁ ।
ବସ ଷ୍ଟାଣ୍ଡ ପାଖ ବିୟୁଟି ପାର୍ଲରେ ଗଲି ମୁଁ ପଶି
ପିନ୍ଧିଲି ମୋ ରେନି କୋଟ ଶିରେ ଟୋପି କସି l
ଦେଖିଲି ଗୋଟିଏ ଝିଅ ବାହାରୁଛି କାମ ସାରି
ପଚାରିଲା ମୋତେ ସେ କୁଆଡ଼େ ଯିବ ବାହାରି l
କହିଲି ମୁଁ ସ୍କୁଲକୁ ଯାଉଛି ଭଉଣୀ କୋଷେ ବାଟ
ତମେ ଯିବ କୁଆଡ଼େ ମୋତେ କୁହତ ଭଗ୍ନୀ ପାଟ l
ସହସା ଦେଲା ଉତ୍ତର ସେଇ କିଶୋରୀ ବାଳିକା
ଯିବି ମୁଁ ଆଗ ସ୍କୁଲକୁ ନା ଲେଖେଇ ପଢ଼ିବା ପାଇଙ୍କା l
ଦେବକି ଟିକେ ଲିଫ୍ଟ ମତେ ସେହି ସ୍କୁଲ ଯାଏଁ ତୁମ
ଭଲ ହୁଅନ୍ତା ଏଇ ବରଷାରେ ଶୀଘ୍ର ହୁଅନ୍ତା କାମ l
ମନା କରି ପାରିଲିନି ଜମା ଅନୂଢ଼ା କିଶୋରୀ ଦୁସ୍ଥାକୁ
ନଥିଲା ମୋ ପଛ ସିଟ ବସାଇନେଲି ଆଗେ ତାକୁ l
ଆଗ ଫ୍ରେମରେ ପଡ଼ିଲା ସେ ବସି ବହି ବ୍ୟାଗ କନ୍ଧେ
ଗୁଣୁ ଗୁଣୁ ଗୀତ ଗାଇଲା ସେ ବାଟ ସାରା ଆନନ୍ଦେ l
ମନ ମୋର ଥିଲା ଚପଳ ଆଦ୍ୟ ଯୌବନ ପ୍ରଭାବେ
କମ୍ପନ ଗଲା ଖେଳି ମୋ ଦେହେ ତା ସ୍ପର୍ଶ ଅନୁଭବେ l
କିଶୋରୀ ତନୁ ସ୍ପର୍ଶ କରିଥିଲା ମୋତେ ବଡ଼ କିମିଆ
ଜଣା ପଡ଼ିଲାନି ପହଞ୍ଚି ଗଲୁ ଆମେ ସ୍କୁଲେ ଛାନିଆ l
ବାପା ତାର ଥିଲେ ବସି ଚାହିଁ ପ୍ରଧାନ ଶିକ୍ଷକ ପାଶେ
ନା ଲେଖା କାମ ସାରି ଫେରି ଗଲେ ସେ ସୁଆଶେ l
ଦୁହେଁ ଥିଲୁ ନବମ ଶ୍ରେଣୀର ସହ ପାଠୀ ପାଠିନୀ
ଭାବ ଦିଆ ନିଆ ନିଶାରେ ଚଳିଲୁ ନୀତିନିୟମ ମାନି l
ମାଟ୍ରିକ କଲୁ ପାସ ପ୍ରଥମ ଶ୍ରେଣୀରେ ଆମେ ଯେଦିନ
ମିଠା ଦିଆ ନିଆ ସୂତ୍ରେ ହେଲୁ ଆବଦ୍ଧ ଉନ୍ମତ୍ତ ମନ l
ବିଧିର ବିଧାନ କେହି ନକରିବେ ଆନ ବଡ଼ ବିଚିତ୍ର
ଆମ ଦୁଇ ପରିବାରେ ବଢ଼ିଗଲା ଭାବ ବଡ଼ ପବିତ୍ର l
ବିଏ ପାସ କରି ଦୁହେଁ ପାଇଲୁ ଚାକିରୀ ଭଲ ଆମେ
ପ୍ରଣୟ ସୂତ୍ରେ କଲୁ ମନ ଦିଆ ନିଆ ପ୍ରକୃତି ନିୟମେ ।
ଆମ ପରିବାର ଦ୍ବୟଙ୍କ ନିବିଡ଼ ସମ୍ପର୍କେ କାଳ କ୍ରମେ
ପ୍ରଜାପତି ଘଟ ସୂତ୍ରର ବଢ଼ିଲା ଘନତ୍ଵ ଅବିଳମ୍ବେ ।
ବିବାହ ପ୍ରସ୍ତାବ ମହକେ ଉଛୁଳିଲା ପୁରପଲ୍ଲୀ ଦମ୍ଭେ l
ବିଭାଘର ଆମ ହେଲା ସମାପ୍ତ ସନାତନୀ ଉପଚାରେ
ବାସର ରାତ୍ରିର ବେଦୀ କର୍ମକାଣ୍ଡର ମନ୍ତ୍ର ଉଚ୍ଚାରଣେ l
ବାସର ରାତ୍ରିରେ ପଲଙ୍କେ ଯେବେ କଲୁ ଦୁହେଁ ଶୟନ
ମନ ଗଲା ବୁଡ଼ି ଆମ ସବୁଜ ଅତୀତ ସ୍ମୃତିରେ ବହନ l
ବର୍ଷା ଭିଜା ତନୁ କୈଶୋର ଅବସ୍ଥା ସ୍କୁଲ ଯିବା ଦିନ
ସେହି ବାର୍ତ୍ତାଳାପେ ବାସର ରାତ୍ରି ହେଲା ଯେ ରଙ୍ଗୀନ l
କନ୍ଦର୍ପର ପୁଷ୍ପ ଧନୁବିନ୍ଧା କଲା ଦୁହିଁଙ୍କୁ କବଳିତ ସହସା
ନିବିଡ଼ ବାହୁ ବନ୍ଧନେ ପାଶୋରିଲୁ ସବୁ ହୋଇ ଦିହଘଷା l
ରାତି ଗଲା ପାହି କା କା ଡାକିଲା ଛାତେ ପକ୍ଷୀ ବାୟସ
ଭାଙ୍ଗି ଗଲା ନିଦ ମୋ ପ୍ରାଣପ୍ରିୟାର ମୁଖେ ଖେଳି ହସ ।