ଗ୍ରାମ ଦେବତୀ ସ୍ମରଣେ
ଗ୍ରାମ ଦେବତୀ ସ୍ମରଣେ
ଗ୍ରାମ ଦେବତୀ ସ୍ମରଣେ
°°°°°°°°°°°°°°°
ଜୟ ବାବା ଜ୍ୟେଷ୍ଠ ଭ୍ରାତା ଉତ୍ତରେଶ୍ଵର
ଜୟ ମା ଆଗଲ ଚଣ୍ଡୀ
ଗ୍ରାମ ରକ୍ଷା କବଚର l
ଜୟ ମା କାଳୀକା
ଯାହାଙ୍କ ଭବିଷ୍ୟବାଣୀ
ଗ୍ରାମ ସଙ୍କଟମୋଚନର,
ଜୟ ମା ସ୍ମଶାନଚଣ୍ଡୀ
ସ୍ମଶାନ ଜଗୁଆଳି ବାବା
ଵୟୋଜ୍ୟେଷ୍ଠ ଅଷ୍ଟଶମ୍ଭୁ
ଉତ୍ତରେଶ୍ଵରଙ୍କର l
ହେ ମାତା ତୁମେ ଯୁଗେ
ଯୁଗେ ସଂସାର ଆସିଛ ରଖି
ସଙ୍କଟଶୁନ୍ୟ କରି
ଆଗ୍ରାହାଟ ଗ୍ରାମର,
ତୁମର ଆଶୀଷ ଆମେ
ଲୋଡ଼ୁ ସଦା ଅଧମ
ନିକଞ୍ଚନ,
କରନା କେବେ ଆମକୁ
ହତାଦର କରି
ଭୃକୁଞ୍ଚନ l
ଆଗ୍ରାହାଟ ଗ୍ରାମ ଅଟଇ
ବିରାଟ କଟକ ର
ଅବଦାନ,
ପୂଣ୍ୟକ୍ଷେତ୍ର ବୀରମାଟିର
ଏଠି ଐତିହ ବିଦ୍ୟମାନ l
ମହାଭାରତ ସମରର
ହୋଇଛି ଏଠି
ଶ୍ରୀଗଣେଶ,
ସେଇ କ୍ଷେତ୍ରେ ପ୍ରତିବର୍ଷ
ଦୋଳେ ରାଧା କୃଷ୍ଣ
ଭେଟନ୍ତି ଉତ୍ତରେଶ୍ୱର-
ମହେଶ l
ଆପଣଙ୍କ ଦୟାରୁ ମାତେ
ଆଜି ଆଗ୍ରାହାଟଗ୍ରାମ
ସାରସ୍ୱତ ସାଧନେ ସମୃଦ୍ଧ,
ଗ୍ରାମ୍ୟ ଶିକ୍ଷିତ ତରୁଣ
ତରୁଣୀଗଣ ମାତା
ବୀଣାପାଣିଙ୍କ ଅନୁଶାସନେ
ପ୍ରବୃଦ୍ଧ l
ଚିର ମଙ୍ଗଳ ସାଧିତ ହେଉ
ଆମ ଆଗ୍ରାହାଟ ଗ୍ରାମର,
ପ୍ରାର୍ଥନା କରୁଛୁ ଆମେ
ସକାଳ ସନ୍ଧ୍ୟା ରେ
ଧ୍ୟାୟୀ ପତାଳୀ ଲିଙ୍ଗୀ
ବାବା ଅଷ୍ଟଶମ୍ଭୁ ଶିରୋମଣି
ଆଗ୍ରାହାଟ-ଗ୍ରାମ-ଇଷ୍ଟପିତା
ଉତ୍ତରେଶ୍ଵର l
( ରଚୟିତା: ©ଅବଧୂତ ପଣ୍ଡା,
ବ୍ରାହ୍ମଣ ସାହି, ଆଗ୍ରାହାଟ, କଟକ,
ଗୁରୁଦିବସ,୨୦୨୫ ମସିହା ତଥା ପବିତ୍ର ଗୁରୁ ଦିବସ ଉପଲକ୍ଷେ ସମସ୍ତ ଗ୍ରାମବାସୀ ଓ ଗ୍ରାମବାସିନୀବୃନ୍ଦଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଶୁଭ କାମନା )
