ଭୀଷ୍ମ ପଞ୍ଚକ
ଭୀଷ୍ମ ପଞ୍ଚକ
ଭୀଷ୍ମ ପଞ୍ଚକ
•••••••••
ଅଜ୍ଞାନ ଅମାନବୀୟ ଶରବିଦ୍ଧ ଦିବ୍ୟ ମାନବଗଣ ଆମେ କଳିଯୁଗର,
ମହାଭାରତର ଗଙ୍ଗାମାତାଙ୍କ ସୁପୁତ୍ର
ଭୀଷ୍ମ ମହାରଥୀଙ୍କ ଆମେ ପଥ ଭ୍ରଷ୍ଟ
ବଂଶଧର l
ଆମେ ନୋହୁଁ ଦ୍ୱାପରର ଭୀଷ୍ମ
ପାଳୁ ତାଙ୍କ ସ୍ମାରକୀ ପଞ୍ଚକ
ଶରଶଯ୍ୟାର ପ୍ରତୀକ,
ଅଥଚ ନକରୁ ଗୁହାରି ପଦ୍ମପାଦେ
ଜଗତର ନାଥଙ୍କ କାଢ଼ି ନେବାକୁ
ଆମ ତନୁମନୁ କଳିଯୁଗ କଳଙ୍କ l
ଆଜି ଭୀଷ୍ମ ପଞ୍ଚକେ କରୁଛୁ ଅଳି
ସେ ଦ୍ୱାପର-କଳି ଶ୍ରୀକୃଷ୍ଣ-ଜଗନ୍ନାଥ ଙ୍କ ବଦାନ୍ୟତାକୁ ମନପ୍ରାଣ ଢାଳି,
କରନ୍ତୁ ସାରା ବିଶ୍ୱକୁ ଆପଦା ମୁକ୍ତ
ସଦା କରନ୍ତୁ ବନ୍ଧନ ବିଶ୍ୱ ପ୍ରାଣେ
ସୁଖ ଶାନ୍ତି ସୌହାର୍ଦ୍ୟର ମେଖଳା
ସୁନେଲି l
ପ୍ରତ୍ୟୁଷ ସ୍ନାନ ଦେବ ଦର୍ଶନ କରୁ
ଆମ ପ୍ରାଣେ ଦିବ୍ୟ ସତ୍ତା ଯୁକ୍ତ
ପୂଣ୍ୟ ଅମୀୟ ବର୍ଷଣ,
କଟି ଯାଉ ଜରା ବ୍ୟାଧି ଆର୍ଥିକ
ସଙ୍କଟ ଆମ ସକଳ କଷଣ l
କାର୍ତ୍ତିକ ମହାତ୍ମ୍ୟ କରୁ ଉଦ୍ଭାସିତ
ସର୍ବ ବୃକ୍ଷ ଲତା ଗୁଳ୍ମ ତୃଣ
ଗାତ୍ରେ ଦ୍ରବ୍ୟ ଗୁଣେ,
ବିଶ୍ୱ ମାନବ ଜାତି ଚିତ୍ତ ହେଉ ଆଧ୍ୟାତ୍ମିକ ଶକତିରେ ପ୍ରାଣବନ୍ତ
ବଞ୍ଚି ରହନ୍ତୁ ସେମାନେ ଚିରକାଳ
ଆନନ୍ଦ ଉଲ୍ଲାସେ ମାନବୀୟ
ସୁଗୁଣେ l
[ Composed by © Abadhoot Panda, Cuttack on 31.10.25
on the special occasion
of KARTIK BRATA & PANCHAKA rituals ]
