ମାନବୀୟ ଅଜୀର୍ଣ୍ଣତା
ମାନବୀୟ ଅଜୀର୍ଣ୍ଣତା
ମାନବୀୟ ଅଜୀର୍ଣ୍ଣତା
•••••••
ଆଶୀର୍ବାଦପ୍ରାପ୍ତ ଅଛି ମୁହିଁ
ଅନେକ ଫଳଗୁଡ଼ିକ ସହିତ
ଏବଂ ପୃଥିବୀ ଉପରିସ୍ଥ ଫଳସବୁ
କିନ୍ତୁ ଖାଇଚାଲେ ମୁହିଁ
ଯେଉଁଗୁଡିକ ଏତେ ନୁହେଁ
ମୂଲ୍ୟବାନ
କ୍ରମ ବିବର୍ତ୍ତନ ଦେଲା ମୋତେ
ଆଶୀର୍ବାଦ ପ୍ରକୃତରେ ଅତ୍ୟଧିକ
ଜୀର୍ଣ୍ଣକାରୀ ସାମର୍ଥ୍ୟ ସହିତ
ଏତେ ଅଧିକ ଉତ୍ତମ
ଜୀର୍ଣ୍ଣ କରିବାକୁ ସମସ୍ତ
ଖାଦ୍ୟଗୁଡ଼ିକ
ବଡ଼ କିମ୍ବା ଛୋଟ
ଯେ କୌଣସି ଓ ସମସ୍ତ
ମୋର ପାକତନ୍ତ୍ର ଖାଇ ଜୀର୍ଣ୍ଣ କରି
ପାରିବ ବେଙ୍ଗ ଓ ଝଡ଼ି ପୋକ
ବିଳାପବିହୀନ ଭାବେ
ଖାଇ ପାରିବି ମୁହିଁ ଏକ ମାଙ୍କଡ଼ସା
ଓ ଯେକୌଣସି ସାପକୁ
ସୂର୍ଯ୍ୟଙ୍କ ତଳେ ଅଛି ଗୋଟିଏ
ଅବଶିଷ୍ଟ ସମସ୍ତଙ୍କ ମଧ୍ୟରେ
ଏଇ ପୃଥିବୀ ରେ
ଯଥାର୍ଥ ରେ ମୁଁ କରି ପାରିବି
ଜୀର୍ଣ୍ଣ ମୋର ଆତ୍ମମୋହ ଓ
ପୃଥକତାବାଦକୁ ଉପେକ୍ଷା କରି
ମୋର ଏକତା ବୈଶ୍ଵିକ ମାନବ ଜାତିକୁ
ଅଟଇ ଏହା ମୋର ପରପୀଡ଼କ
ଆତ୍ମବଡ଼ିମା ଓ ଗର୍ବ
ଏକ ଶୈତାନର ବକ୍ଷ ସଦୃଶ
କେବେ ହେଲେ ବି ପାରିବିନି
କରି ଜୀର୍ଣ୍ଣ
ମୋର ଅହଂତ୍ବ ଓ ଗର୍ବର ଅଧୀନେ
ହୋଇଯାଏ ମୁହିଁ ଶୈତାନର ବଧୂ
ମୋର ମନ୍ଦ କାର୍ଯ୍ୟ ପଦ୍ଧତି ଏବଂ
ପ୍ରଚଣ୍ଡ ହିଂସ୍ର ଵିଧି ସହିତ
ପରିଣତ କରାଇ ଦିଏ ମୋର
ମାନବଜାତି କୁ
ହତ୍ୟାକାରୀ ସମର ଯନ୍ତ୍ରଗୁଡ଼ିକରେ
ମୋର ଆତ୍ମମୋହଯୁକ୍ତ ସମ୍ବେଦନଶୀଳ ବୁଝାମଣା
କରେ ମୋତେ ଶୈତାନର
ସହଚର
ଅବିଛିନ୍ନ ଭାବେ ମୁହିଁ ଖାଇ
ବଞ୍ଚି ଆସୁଛି ମଣିଷ ମାଂସ
ମୋର ମଧୁର ସ୍ୱଜାତିଭକ୍ଷଣଶୀଳ
ଟୁକୁରା
ମୋର ମନ୍ଦ ଉଦ୍ଦେଶ୍ୟ ଓ ମୋର
ବର୍ବର ଉଦ୍ଭାବନଗୁଡ଼ିକ ସ୍ଫିତ କରୁଛି ମୋର ପରପୀଡ଼କ ଦାମ୍ଭିକତା
ଏତେ ଗୁଡ଼ାକ ଅଛି ମୋର ଅହମିକା ପୂର୍ଣ୍ଣ ଅଜୀର୍ଣ୍ଣତା
ଯେଉଁଟିକି ରୂପାନ୍ତରିତ କଲା ମୋର
ମାନବଜାତିକୁ ଏକ ନରଭକ୍ଷୀଜାତିରେ
[ The Verse titled " Human Digestion composed and clicked by Bhagirath Choudhary on 17th Sept. 2025 and translated into Odia language by © Abadhoot Panda ]
.
