ମାତାଙ୍କର ପାଦ
ମାତାଙ୍କର ପାଦ
ମାତାଙ୍କର ପାଦ
••••••••
କରେ ମୁଁ ଆତ୍ମ ସମର୍ପଣ ମାତାଙ୍କ
ପୁଷ୍ପମୟ ପାଦ ତଳେ
ତାଙ୍କର ପ୍ରେମ ଗୋଟିଏ ଆନନ୍ଦର ଝରଣା
ସେ ବାଷ୍ପୀଭୂତ କରନ୍ତି ମୋର ଦୁରାବସ୍ଥା କୁ
ବ୍ୟାପ୍ତ କରନ୍ତି, ଶାନ୍ତି ପ୍ରେମ ଓ ପ୍ରସନ୍ନତା
ସେ ଅଟନ୍ତି ସର୍ବ ବ୍ୟାପି, ସର୍ବ ଶକ୍ତି ମୟୀ ଓ ସର୍ବଜ୍ଞାତ୍ରୀ
ଆମ ମାଧ୍ୟରେ ବ୍ୟାପ୍ତ କରନ୍ତି
ଶୁଦ୍ଧତା ଓ ଉଲ୍ଲାସ
ତାଙ୍କୁ ଭଲ ପାଇ ଜୀବନ ଯାପନ କର ସ୍ୱାସ୍ଥ୍ୟବାନ ଓ ଶାନ୍ତିପୂର୍ଣ୍ଣ
ତାଙ୍କର ଗୌରବ ଗାନ କରି
ରୁହ ଆନନ୍ଦ ଉଲ୍ଲାସ ପୂର୍ଣ୍ଣ
ସେ ସ୍ମିତ ହାସ୍ୟ କରନ୍ତି ଆରାମ ଦାୟକ ଲତା ଉପରେ
କ୍ରୀଡ଼ା ରତ ରୁହନ୍ତି ରମଣୀୟ
ପୁଷ୍ପରାଜି ଉପରେ
ପ୍ରଲୋଭିତ କରନ୍ତି ଭକ୍ତ ଗଣଙ୍କ
ଦିନ ରାତି
ସେ ଅଟନ୍ତି ପ୍ରସନ୍ନତା ର ଏକ କ୍ଷୁଦ୍ର ନଦୀ
ତାଙ୍କର ଗୀତ ଗାଇ କର ପ୍ରାପତ ଶକ୍ତି
କର ଜୀବନକୁ ଆନନ୍ଦମୟ
ଶାନ୍ତିପୂର୍ଣ୍ଣ ଓ ପୁଷ୍ପମୟ
କରି ଉଚ୍ଚାରଣ ମନ୍ତ୍ର ଆଗେଇ ଯାଅ
ଜୀବନପଥ ଉପରେ
ଲାଭ କର ପ୍ରେମ ସ୍ନେହ ମିତ୍ର ଉଲ୍ଲାସ
[ 𝘛𝘩𝘦 𝘱𝘰𝘦𝘮 𝘔𝘖𝘛𝘏𝘌𝘙'𝘚 𝘍𝘌𝘌𝘛 𝘸𝘳𝘪𝘵𝘵𝘦𝘯 𝘣𝘺 𝘝𝘢𝘷𝘳𝘰𝘰𝘷𝘢𝘩𝘢𝘯 𝘗𝘢𝘵𝘳𝘢 𝘰𝘯 22.9.25 𝘢𝘯𝘥 𝘵𝘳𝘢𝘯𝘴𝘭𝘢𝘵𝘦𝘥 𝘪𝘯𝘵𝘰 𝘖𝘥𝘪𝘢 𝘣𝘺 𝘈𝘣𝘢𝘥𝘩𝘰𝘰𝘵 𝘗𝘢𝘯𝘥𝘢 ]
