STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅତି ଭଲ ଲାଗେ ମୋତେ

ଅତି ଭଲ ଲାଗେ ମୋତେ

1 min
244


ଗାଆଁରେ ମୋହର ଦିଏସେ ଆନନ୍ଦ

ଭଲ ଲାଗେ ଗୃହାଶ୍ରମ,

ତହିଁ ଶିକ୍ଷାସବୁ ଜଡ଼ିତ ରହିଛି

ଅଟେ ଏ ଜ୍ଞାନ ଆଶ୍ରମ।

ଅତି ଭଲ ଲାଗେ ମୋତେ.............


ସତ୍ୟ ଜ୍ଞାନ ମିଳେ ପୁଣି ଧର୍ମ ଜ୍ଞାନ

ପ୍ରେମ ଶ୍ରଦ୍ଧା ବଳିଦାନ,

କର୍ତ୍ତବ୍ୟ ସଂସ୍କାର ମିଳେଟି ଗୃହରୁ

ମିଳେ ପ୍ରଭୁ ଭକ୍ତି ଜ୍ଞାନ।

ଅତି ଭଲ ଲାଗେ ମୋତେ...........


ଶିକ୍ଷା ମିଳୁଥାଏ ଅତିଥି ସତ୍କାରେ

ଆସନ୍ତିରେ ସାଧୁ ଶନ୍ତ,

କରୁଥାଏ ଗୃହ ସତ୍କାର ତାଙ୍କର

ମନକୁ କରେଟି ଶାନ୍ତ।

ଅତି ଭଲ ଲାଗେ ମୋତେ..........

.

ଗାଁ'ର ରୁଦ୍ରଯଞ୍ଜ ଭଲ ଲାଗେ ମୋତେ

ଯଞ୍ଜ ପୂର୍ଣ୍ଣାହୁତି ଦିନ,

ଭକ୍ତି ପ୍ରେମ ଶ୍ରଦ୍ଧା ଅର୍ପଣ ରୁଦ୍ରଙ୍କୁ

ନମଃଶିବାୟ ସ୍ବନ।

ଅତି ଭଲ ଲାଗେ ତୋତେ..........


ଅକର୍ମା ଦାନୀଙ୍କ ରାବ୍ ଜୟକାରେ

ତପସ୍ଥଳଟି କମ୍ପିତ,

ତପସ୍ୟାର ଭୁଇଁ ରାମବାଙ୍କର

କଳ୍ପେଶ୍ବରରେ ନାମିତ।

ଅତି ଭଲ ଲାଗେ ମୋତେ.............


ଉତ୍କଳ ବିଚ୍ଛିନ୍ନା କଳାବାଡିଆ ଭୁଇଁ

ଓଡ଼ିଆ ସଂସ୍କୃତି ପ୍ରୀତି,

ବିରାଟ ରାଜାଙ୍କ ପବିତ୍ର ଏ ଭୂମି

ଭଲ ଲାଗେ ଯହିଁ ଅତି।

ଅତି ଭଲ ଲାଗେ ମୋତେ...........


ଏଠି ପରା ଶାନିଶଚର୍ ମନ୍ଦିର 

ମହିମା ତାଙ୍କ ଅପାର,

ଗୃହ ଇଷ୍ଟ ସବୁ ଖଣ୍ଡନ କରନ୍ତୁ

ଦୟାର ପ୍ରଭୁ ସାଗର।

ଅତି ଭଲ ଲାଗେ ମୋତେ...........


ଆଶ୍ରମ କୁଳରେ ଖରଖାଇ ନଦୀ

ପଥଗାମୀ ଅନୁକ୍ଷଣ,

ମନ ମୋହୁ ଥାଏ ପ୍ରାକୃତି ସୌନ୍ଦର୍ଯ୍ୟ

ଗଛ ଲତା ପୁଷ୍ପେ ପୂର୍ଣ୍ଣ।

ଅତି ଭଲ ଲାଗେ ମୋତେ.........


ଯହିଁ ରୁଦ୍ରଯଞ୍ଜେ ସୂର୍ଯ୍ୟ ଆରାଧନା

କରେ ମନ ପ୍ରଫୁଲ୍ଲିତ,

ସୂର୍ଯ୍ୟଙ୍କ ଭକ୍ତିରେ ଅନିଷ୍ଟ ଖଣ୍ଡନ

ଶାସ୍ତ୍ରରେ ସାରା ବର୍ଣ୍ଣିତ।

ଅତି ଭଲ ଲାଗେ ମୋତେ..........ll




Rate this content
Log in

Similar oriya poem from Abstract