STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
257

ସେ ପରୀଟିଏ

ଫୁଟି ଆସୁଥିବା କଢ଼ିଟିଏ

ଜୀବନର ଝାଞ୍ଜି ବଇଶାଖ ତୀରେ

ସେ ସୁବାସିତ ସୁନାଝରିଟିଏ।। 


ସଭିଙ୍କ ହୃଦୟ ଜିଣି ହସୁଥାଏ

ଅନ୍ତର ପଛକେ ଲୁଚି କାନ୍ଦୁଥାଏ

ସେ ପରୀ ବିନା ପରା ଅଚଳ ସଂସାର

ତଥାପି ସମାଜ କରେ ହତାଦର।

କାମନା ଅନଳେ ଜାଳି ଯାଉଥିବା

ସେ ଚିର ଅଭାଗିନୀ ନାରୀଟିଏ।। 


ସେ ସିନା ତ୍ୟାଗର ଜୀବନ୍ତ ମୁରତି

ପାଲଟେ ଭୋଗର ପାଷାଣ କିରତୀ

ଅବଳା ବୋଲି ସେ ସହେ ଅତ୍ୟାଚାର

ନିଃଶ୍ୱାସରେ ତାର ଶୁଭେ ହାହାକାର

ବସୁଧା ସାଜି ସେ ପଦାଘାତ ସହେ

ସେ ସଂସାର ମରୁରେ ପ୍ରୀତିର ପୀୟୂଷଟିଏ।।


ସେ କରେ ଘରକୁ ଆଲୋକିତ

ଧରାଧାମେ ସେ ଯେ ପାରିଜାତ

ଘରେ ସେ ଅଲିଭା ସଞ୍ଜବତୀ

ବହୁରୂପେ ମୋହେ ଏ ଜଗତୀ

ତଥାପି ସେ ଆଜି ନୁହେଁ ସୁରକ୍ଷିତ

ଯା ପାଇଁ ସଂସାର ମୃତଦାରଟିଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational