STORYMIRROR

Amit Bal

Tragedy Classics

2  

Amit Bal

Tragedy Classics

ଅସ୍ତିତ୍ଵର ଶେଷ ପାହାଚ

ଅସ୍ତିତ୍ଵର ଶେଷ ପାହାଚ

1 min
213

ଆଖିରେ ବିନ୍ଦୁଏ ଲୁହ ଟଳମଳ ହେଲା ପରି

ବେଳେ ବେଳେ ଜୀବନ ବି ଟଳ ମଳ ହୁଏ

           ସମୟର ଉଦଭ୍ରାନ୍ତ ଧୂଳି ଧୂମଳରେ ,

ଦୟନୀୟ ଜଣାପଡେ ମଣିଷର ନିରୋଳା ଆବେଗ

ଛାତିର ସ୍ପନ୍ଦନ ସବୁ ମନେହୁଏ ଅବାନ୍ତର

         ମିଥ୍ୟା ଆଧୁନିକତାର ପ୍ରଖର ସ୍ରୋତରେ ।


ତେବେ କ'ଣ ଜୀବନ ମାୟା ମରୀଚିକା !

ଯେଉଁଠି ମାୟା ମୃଗ ପଛରେ

        ମଣିଷ ଧାଇଁଛି ଏକା ଏକା ,

ଝାଞ୍ଜି ପବନ ଭିତରେ

           ଆହତ ନିଃଶ୍ବାସରେ

ଅସରା ବର୍ଷାରେ ଭିଜି ଭିଜି

           ମିଛ ବିଶ୍ବାସରେ ।


ହଁ ସେ ଅନ୍ତରରେ ଝଡର ତାଣ୍ତବ ଦେଖେ

ସେଥିପାଇଁ ରହି ରହି 

        ତମାମ ଜୀବନ ଚମକେ,

କେବେ ଉଡନ୍ତା ପକ୍ଷୀର ଛାଇରେ

ସ୍ବପ୍ନମୟ ଅନାଗତ ଭବିଷ୍ୟତ କୁ ଝୁରି 

           ହୃଦୟର ଶୂନ୍ୟ କୋଠରୀରେ,

କେବେ ପୁଣି ଅଲୋଡା ପଣର 

ଅଭିଶପ୍ତ ବୋଝକୁ ବୋହି ବୋହି

          ନିଜ ଅସ୍ତିତ୍ଵ ର ଶେଷ ପାହାଚରେ ।

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy