ଅସ୍ତିତ୍ବହୀନବନ୍ଧୁତ୍ୱ
ଅସ୍ତିତ୍ବହୀନବନ୍ଧୁତ୍ୱ
ବନ୍ଧୁ ମୋର ଲୋଡ଼ା ନାଇ ରୂପ ଗୁଣ ଧାରି
ଦୁଇ ବନ୍ଧୁ ରହିଛନ୍ତି ପାଖରେ ମୋହରି
ଗୋଟେ ନାମ ସ୍ୱପ୍ନ ହେଲେ
ଆଉ ଜଣେ ମନ
ପାଇ ଆଜି ଗର୍ବ କରେ ଏ ମୋ ଜୀବନ
ଇଚ୍ଛା ହେଲେ ଯିବାପାଇଁ ଯେଉଁଠାକୁ ବୁଲି
ସ୍ୱପ୍ନ ମତେ ନେଇଥାଏ ନିଜ ସଙ୍ଗେ ଧରି
ଯେଉଁ କଥା ମୁଁ କହିପାରେ ନା କାହାକୁ
ସେଇ କଥା କେବଳ କହିଥାଏ ଏ ମନକୁ
ସବୁ ରାଗ ରୁଷା ମୋର ଏଇ ମନ ସହେ
ସବୁ ସହି କେବେ ସିଏ ଉତ୍ତର ନ ଦିଏ
ସମସ୍ତଙ୍କ ଠାରୁ ଏ ଦୁଇ ଲାଗନ୍ତି ନିଆରା
ନିଆରେ ହେଲେ ବି ସେ ଦୁହେଁ
ମୋର ପାଇଁ ସବୁ କିଛି ପରା
ରୂପ ଧାରି ମଣିଷଙ୍କ ପରି
ନୁହନ୍ତି ସେମାନେ ଅବିଶ୍ୱାସୀ
ଯାହା ଶୁଣିଲେ ବି କେବେ
ଦିଆନ୍ତିନି ଅନ୍ୟ ଆଗେ ପ୍ରକାଶି
ଛଳନା କରନ୍ତିନି କେବେ ଏ ମଣିଷଙ୍କ ପରି
ବୁଲନ୍ତିନି କେବେ ଦୁହେଁ ଦୁଇ ରୂପ ଧରି
ସେଥିପାଇଁ ଆଜି ଯାଏ କରିନି ବନ୍ଧୁତା
ଯେତେ ଭଲ ହେଲେ ଯିଏ
ଶେଷରେ ବନାନ୍ତି ଦୂରତ
ସେଥିପାଇଁ କୁହେ
ଏ ଅସ୍ତିତ୍ବହୀନ ବନ୍ଧୁ ଦୁଇଙ୍କୁ ମୁଁ
ମଣିଷ ବନ୍ଧୁଠାରୁ ବି ଅଧିକ ଭଲ ପାଏ
