STORYMIRROR

Manasmita Parida

Abstract

3  

Manasmita Parida

Abstract

ଅସ୍ତିତ୍ବହୀନବନ୍ଧୁତ୍ୱ

ଅସ୍ତିତ୍ବହୀନବନ୍ଧୁତ୍ୱ

1 min
355

ବନ୍ଧୁ ମୋର ଲୋଡ଼ା ନାଇ ରୂପ ଗୁଣ ଧାରି

ଦୁଇ ବନ୍ଧୁ ରହିଛନ୍ତି ପାଖରେ ମୋହରି

ଗୋଟେ ନାମ ସ୍ୱପ୍ନ ହେଲେ 

ଆଉ ଜଣେ ମନ

ପାଇ ଆଜି ଗର୍ବ କରେ ଏ ମୋ ଜୀବନ

ଇଚ୍ଛା ହେଲେ ଯିବାପାଇଁ ଯେଉଁଠାକୁ ବୁଲି

ସ୍ୱପ୍ନ ମତେ ନେଇଥାଏ ନିଜ ସଙ୍ଗେ ଧରି

ଯେଉଁ କଥା ମୁଁ କହିପାରେ ନା କାହାକୁ

ସେଇ କଥା କେବଳ କହିଥାଏ ଏ ମନକୁ

ସବୁ ରାଗ ରୁଷା ମୋର ଏଇ ମନ ସହେ

ସବୁ ସହି କେବେ ସିଏ ଉତ୍ତର ନ ଦିଏ

ସମସ୍ତଙ୍କ ଠାରୁ ଏ ଦୁଇ ଲାଗନ୍ତି ନିଆରା

ନିଆରେ ହେଲେ ବି ସେ ଦୁହେଁ

ମୋର ପାଇଁ ସବୁ କିଛି ପରା

ରୂପ ଧାରି ମଣିଷଙ୍କ ପରି 

ନୁହନ୍ତି ସେମାନେ ଅବିଶ୍ୱାସୀ

ଯାହା ଶୁଣିଲେ ବି କେବେ 

ଦିଆନ୍ତିନି ଅନ୍ୟ ଆଗେ ପ୍ରକାଶି

ଛଳନା କରନ୍ତିନି କେବେ ଏ ମଣିଷଙ୍କ ପରି

ବୁଲନ୍ତିନି କେବେ ଦୁହେଁ ଦୁଇ ରୂପ ଧରି

ସେଥିପାଇଁ ଆଜି ଯାଏ କରିନି ବନ୍ଧୁତା

ଯେତେ ଭଲ ହେଲେ ଯିଏ

ଶେଷରେ ବନାନ୍ତି ଦୂରତ

ସେଥିପାଇଁ କୁହେ

ଏ ଅସ୍ତିତ୍ବହୀନ ବନ୍ଧୁ ଦୁଇଙ୍କୁ ମୁଁ

ମଣିଷ ବନ୍ଧୁଠାରୁ ବି ଅଧିକ ଭଲ ପାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract