STORYMIRROR

ମିତା ପଟନାୟକ

Abstract

2  

ମିତା ପଟନାୟକ

Abstract

ଅସ୍ତିତ୍ୱ

ଅସ୍ତିତ୍ୱ

1 min
2.9K

ସୃଷ୍ଟି ର ଅୟମାରମ୍ଭ ବୋଧେ ସେଇଠି ଯେଉଁଠି ଝିଅଟିଏ ତା'ର

ଆଦ୍ୟ ନିଶ୍ୱାସ

ଆଉ ଧମନୀରେ ବୋହୁଥିବା 

କଞ୍ଚା ରକ୍ତ କୁ ଅନ୍ୟ ପାଇଁ ଟେକି ଦେବାର 

ସ୍ଥୁଳ ପ୍ରତିଜ୍ଞା କରୁଥାଏ

ତୁଣ୍ଡ ଫିଟିବା ଆଗରୁ 

ଜୀବନ ପାତ୍ର ଭରିବା ପୂର୍ବରୁ 

ନୀରବ ଅଥଚ ଦମ୍ଭିଲା ନିୟତି 

ଖୁବ ସନ୍ତର୍ପଣ ରେ ସାଲିସ କରିବା ଶିଖେଇ ଦିଏ

ସବୁ ଦେଖୁ ଥାଏ 

ଅଥଚ ଆଖି ରେ ଦୃଶ୍ୟ ଅନ୍ଧ ପୁଟୁଳି ବାନ୍ଧିବାର 

ଅଭିନୟ କରୁଥାଏ ଅହରହ

ସବୁ ସରିଗଲା ପରେ 

ସବୁ ହଜି ଯିବା ପରେ ବି 

ଯଥେଷ୍ଟ ଥିବାର ମିଛ ପ୍ରହେଳିକା ରଚୁଥାଏ ବାରମ୍ବାର

ହାତ ମୁଠା ଶୂନ୍ୟ 

ଅଥଚ କପାଳ ଭର୍ତି ଚିନ୍ତା ର ସୂକ୍ଷ୍ମ ଗାର 

ମାନଙ୍କୁ ଛକି ଶୂନ ଖେଳିଲା ପରି 

ଲିଭେଇ ଦେବାର ଯଥେଷ୍ଟ ଦକ୍ଷତା 

ସାଇତି ରଖିଥାଏ 

ପୋଖତ ଅଭିନେତ୍ରୀ ସମ 

ମୁଁ ଭିତରେ ମୁଁ କୁ 

ଏଠି ଲୁଚେଇ ସେଠି କାଢ଼ିବା 

ଭାଙ୍ଗିବା ଚିଜ କୁ ଯୋଡିବା 

ତାକୁ ବେଶ ଜଣା


ଅସ୍ତିତ୍ୱ ବୋଇଲେ ଆଉ କଣ ବା 

ଅଧିକ ହେଇପାରେ ଯେ

ସବୁ ଥାଇ ବି ସେ କାଙ୍ଗାଳ 

କିଛି ନ ଥାଇବି ଭାରାପୁରା 

ବେଗମ ବାଦଶାହା 

ରାଣୀ ରୁପମତି 

ସ୍ୱରୂପା ଶକ୍ତି ଦାୟିନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract