STORYMIRROR

Bauribandhu Lenka

Tragedy

5.0  

Bauribandhu Lenka

Tragedy

ଅସ୍ଥିର କାଶ୍ମୀର

ଅସ୍ଥିର କାଶ୍ମୀର

1 min
13.3K


ଯେତେଦିନ ଧାରା ତିନି ଶହ ସତୁରି

             ରହିବ ବଳବତ୍ତର

କାଶ୍ମୀର ସମସ୍ୟା ବଢି ଚାଲିଥିବ

            ହେଉଥିବ ଗୁରୁତର॥

ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆଜି

            ବିଛିନ୍ନତାବାଦ ସ୍ୱର

ଗୁଞ୍ଜରିତ ହୁଏ ସାରା କାଶ୍ମୀରରେ

            ସ୍ଥିତି ଅଶାନ୍ତ ଅସ୍ଥିର॥

କାଶ୍ମୀରି କିଶୋର, ଯୁବକ ହସ୍ତରେ

            ଧରି ଶିଳାଖଣ୍ଡମାନ

ପ୍ରକ୍ଷେପନ୍ତି ସେନା ଉପରକୁ ନିତି

          ହୋଇ ହିଂସା ପରାୟଣ॥

ବହୁତ ସଂଖ୍ୟାରେ ସୈନ୍ୟମାନେ

          ଆଜି ହେଉଛନ୍ତି କ୍ଷତାକ୍ତ

ନିଜର ଲୋକଙ୍କୁ ମାରିବା ପାଇଁକି

          ବଢେନି ସେନାର ହାତ॥

କାଶ୍ମୀରର ମୂଳ ଅଧିବାସୀ ଭାବେ

           ଥିଲେ କାଶ୍ମୀରି ପଣ୍ଡିତ

ନିଜ ଦେଶେ ଆଜି ଶରଣାର୍ଥୀ ଭାବେ

           ରହୁଛନ୍ତି ଇତସ୍ତତଃ॥

ଏ ଦେଶ ଆଇନ ଲାଗୁହୁଏ ନାହିଁ

          କାଶ୍ମୀରରେ କି କାରଣ

କେତେକାଳ ଆଉ ଚଳାଇ ରଖିବ

             ଏହିପରି ପ୍ରହସନ॥

ବେଳ ନାହିଁ ଶୁଣ ଭାରତର ଯେତେ ରାଜନଇତିକ ଦଳ

ଭାରତ ଅଖଣ୍ଡ ରହୁ ଯଦି ଚାହଁ ହଟାଅ ଏ ଧାରା ୩୭୦

ବିଳମ୍ବ ନକରି କାଳ॥

          *****


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy