STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଅଷ୍ଟପ୍ରହରୀ

ଅଷ୍ଟପ୍ରହରୀ

1 min
340


ଫଗୁଣ ଆସିଲା ଧରଣୀ ହସିଲା

ଫୁଟିଲା ପଳାଶ ଫୁଲ

ଆସିଲା ଜାଗର ମେଲଣ ଓ ଯାତ

ଅଷ୍ଟପ୍ରହରୀର ବେଳ ।

ବାଟେ ଘାଟେ ଗଲେ ଶୁଭେ ହରିନାମ

ସଂକୀର୍ତ୍ତନ ଶୁଭୁଥାଏ

ଗାଆଁଠୁ ସହର କୋଣ ଅନୁକୋଣେ

ଅଷ୍ଟପ୍ରହରୀ ଯେ ହୁଏ ।

ଦେବଦାରୁ ଡାଳେ ରଙ୍ଗୀନ୍ କାଗଜେ

ଏହି ସ୍ଥାନ ସଜାଯାଏ

ଗାଦିରେ ଗୌରାଙ୍ଗ ପାଇଥା'ନ୍ତି ପୂଜା

ନାନା ଦିଅଁ ଫଟୋ ଥାଏ ।

ସୁନ୍ଦର ତ୍ଵରଣ ସୁନ୍ଦର ଲାଇଟ୍

ମାଇକ୍ ଯେ ବାଜୁଥାଏ

ବନ୍ଧୁବାନ୍ଧବ ଯେ ଆସନ୍ତି ଦୂରରୁ

ସବୁମନେ ଖୁସିଥାଏ ।

ଅଷ୍ଟପ୍ରହରୀ ଯେ ହୁଏ ତିନି ଦିନ

ଅଧିବାସ ଆଗ ହୁଏ

ନାମଯଜ୍ଞେ ନାମ ଧରୁ ଶେଷଦିନ

ନଗର ଯେ ବୁଲିଥାଏ ।

ତିନିଦିନ ଧରି ଅଷ୍ଟପ୍ରହରୀରେ

ଭୋଜିଭାତ ହୋଇଥାଏ

ନିମନ୍ତ୍ରଣ ପାଇ କୀର୍ତ୍ତନ ମଣ୍ଡଳୀ

ଆସିଥା'ନ୍ତି ଦୂରୁ ସିଏ ।

କୁନି ପିଲା ଅବା ବୟସ୍କ ହୁଅନ୍ତୁ

ଅତିଥି ଆସିଲେ କେହି

କୀର୍ତ୍ତନ ଦେଖନ୍ତି ଦାନ କେ କରନ୍ତି

ଯାଆନ୍ତି ପ୍ରସାଦ ଖାଇ ।

ହରିନାମେ କେଉଁ ରସ ଅଛି ଜାଣେ

କରିଥାଏ ଯିଏ ପାନ

ଅଷ୍ଟପ୍ରହରୀରେ ଧର ହରିନାମ

ନିଶ୍ଚିତ ମିଳିବ ପୂଣ୍ୟ ।



Rate this content
Log in

Similar oriya poem from Abstract