STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଅସରନ୍ତି ପଥପରେ

ଅସରନ୍ତି ପଥପରେ

1 min
465

    

ଆରେ ନୀଳମଣି ମୋ ହୀରକମଣି

   କାନି ପତାଇ ଡାକୁଛି,

ତୋ ପାଇଁ ଯତନେ ସଜାଇ ସୁମନେ

    ହୃଦୟରେ ଭଜୁଅଛି।


ତୋର ବଡ଼ପଣ ମୋ ଦରିଦ୍ରକ୍ଷଣ

  ଦେଉଛି କି ବାଧା ତୋତେ 

 ତୋ ବାନା କଳଙ୍କ ମୋ'ଜୀବନ କ୍ଳେଶ

   ଶ୍ରୀ,ହରିନେବ କି, ସତେ।


ତୁହିରେ କୁବେର ମୁଁ, କିଣା ଚାକର

   ଏତେ ବଡ଼କଥା ହୃଦେ,

ଆହ୍ଲାଦିନୀ ଲୋକମାତାର ଆଶିଷ

  ଫେରାଇ ଦେବୁକି ମୋତେ ।


ସମର୍ପଣ ଭାବ ନାହିଁଟି ମୋହର

   ଅନୁଭବେ କାହିଁ ଭାବ,

ଦରିଦ୍ରତ ଜାଣେ ଝୁରେ ଆତ୍ମାତାର

   ତୋ ହୃଦ ଦୟା ସ୍ଵଭାଵ ।


ପାତକୀ ଚାତକୀ ପରାଏ ଭାବନା

    ତୁହି ବର୍ଷା ବର୍ଷିଯିବୁ,

ମନ ଗମ୍ଭୀରା ମୋ ତୁଳସୀରେ ଭରା

   କର୍ପୁର ବାସେ ଭିଜିବୁ ।


ଆ 'ଧନମାଳି ମୋ ହୃଦର ଶଙ୍ଖାଳି

    ଥରେ ଆସିବୁ ମୋ ପାଇଁ,

ଚିରାକାନି ଦେଖି ଫେରି ତୁ ଯିବୁନି

    କୋଳେ ବସାଇବି ମୁହିଁ ।


ଧନ, ଯଉବନ ଅଢେଇ ଦିନଟି

   ସମୟ କୁ ନେଇ ସରେ,

ମୋ ଶ୍ରଦ୍ଧାର ଲୁହେ ନିଶବ୍ଦ ପ୍ରେମଟି

    ଅସରନ୍ତି ପଥ ପରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational