ଅସରାଏ ବର୍ଷା
ଅସରାଏ ବର୍ଷା
ଚାତକ ପରି ମଣିଷର ମନ
ଝୁରୁ ଥାଏ ଅନୁରାଗର ଅସରାଏ ବର୍ଷାକୁ
ପ୍ରତି କ୍ଷଣେ ପ୍ରୀତି ଆକାଶରେ ,
ଜାଣିଛି ସବୁକିଛି ଶୂନ୍ୟ
ଭାବ ବର୍ଷାର ମଧୁଝରା ଛନ୍ଦରେ,
ହଜି ଯିବ ଦିନେ ସୂର୍ଯ୍ୟାସ୍ତର ଅନ୍ତିମ ଛିଟାରେ ।
ତଥାପି ସେ ଭିଜେ ଆଉ ଭିଜାଏ
ପିରତୀର ଆକାଂକ୍ଷିତ ରୂପ ଜ୍ୟୋତ୍ସ୍ନାରେ
ରହି ରହି ଗର୍ଜୁଥାଏ ଯେବେ ନିଶି
ଦହନର ମେଞ୍ଚା ମେଞ୍ଚା ଘନ କୁହୁଡିରେ ।
ଏମିତି ବି ଅସରାଏ ବର୍ଷା ଦୂରରୁ
ସବୁଦିନେ ଆଖିକୁ ଦିଶେ ସୁନ୍ଦର ,
ପାଦେ ପାଦେ ଖେଳାଇ ଶିହରଣ
ବଢ଼ି ଚାଲେ ଜୀବନରେ ଅମା ଅନ୍ଧାର ।
ଜଣା ନାହିଁ କେତେ ଦିନ ଧରି
କେଉଁ ଏକ ଅନିଶ୍ଚିତ ସମ୍ଭାବନା ପରି
ମଣିଷ ବଞ୍ଚି ଥିବ ଏଠି
ନିଜେ ନିଜକୁ ବୋହି ବୋଝ ଟିଏ ପରି ।