STORYMIRROR

subrat kumar jena

Abstract

2  

subrat kumar jena

Abstract

ଅସ୍ପଷ୍ଠ ଏକ ଚେହେରା

ଅସ୍ପଷ୍ଠ ଏକ ଚେହେରା

1 min
156

ଯେ ଆଗ ଆସୁଥିଲା ଆଉ ଆଜିବି ଆସୁଛି

ଫରକ ଏତିକି ଖାଲି ତାର ସ୍ୱରୂପରେ

ଆଗ ଆସୁଥିଲା ଆଈମା କାହାଣୀରେ

କେତେ ବେଳେ ଭୟଙ୍କର ରାକ୍ଷସର ରୂପ ନେଇ

କେବେ ପୁଣି ଚନ୍ଦନ ବନର ଦସ୍ୟୁ ହୋଇ

ପୁଣି କେବେ ଶୁଆ-ସାରି କାହାଣୀରେ

ଅବା ବିକ୍ରମ ବେତାଳରେ ଅସରିରି ଝୁଲନ୍ତା ଭାବରେ

ରାତି ରାତି ର ନିଦକୁ ହଯାଉଥିଲା ଭୟର ପରିବେଶରେ

ହଁ ଏମିତି ବି କିଛି ଚେହେରା ଉଙ୍କି ମାରୁଥିଲା

ଅଧା ଅଧା ନିଦର କୋଳରେ ସ୍ବପ୍ନ କୁମାରୀ ହୋଇ

ହେଲେ ଆଜି ନା ଠିକଣା ଅଛି ନା ସେ ଚେହେରା ମନେ ଅଛି

ସେ ଆଜି ଅସ୍ପଷ୍ଟ ମୋ ସ୍ମୃତିର ସିଲଟରେ

ବୋଧେ ହୁଏ ସମୟ ଜାଣି ଜାଣି ଲିଭାଇଦେଇଛି ତାକୁ ପାଣି ମାରି

ନା ସମୟ ଦେଉଛି ଆଉଥରେ ଫେରି ଚାହିଁବାକୁ ପଛକୁ

ଲାଭବା କଣ?ସେ ବିତିଲା ଦିନକୁ ହେଜି ହେଜି ଯାହା ଆଜି ଅଫେରା

ହେଲେ ସେ ଚେହେରା ସବୁଦିନ ଲାଗି କୁଆଡେ ଗଲାଜେ

ଫେରିବାର ନାଁ କେବେ ନେଉନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract