ଅସ୍ପଷ୍ଠ ଏକ ଚେହେରା
ଅସ୍ପଷ୍ଠ ଏକ ଚେହେରା
ଯେ ଆଗ ଆସୁଥିଲା ଆଉ ଆଜିବି ଆସୁଛି
ଫରକ ଏତିକି ଖାଲି ତାର ସ୍ୱରୂପରେ
ଆଗ ଆସୁଥିଲା ଆଈମା କାହାଣୀରେ
କେତେ ବେଳେ ଭୟଙ୍କର ରାକ୍ଷସର ରୂପ ନେଇ
କେବେ ପୁଣି ଚନ୍ଦନ ବନର ଦସ୍ୟୁ ହୋଇ
ପୁଣି କେବେ ଶୁଆ-ସାରି କାହାଣୀରେ
ଅବା ବିକ୍ରମ ବେତାଳରେ ଅସରିରି ଝୁଲନ୍ତା ଭାବରେ
ରାତି ରାତି ର ନିଦକୁ ହଯାଉଥିଲା ଭୟର ପରିବେଶରେ
ହଁ ଏମିତି ବି କିଛି ଚେହେରା ଉଙ୍କି ମାରୁଥିଲା
ଅଧା ଅଧା ନିଦର କୋଳରେ ସ୍ବପ୍ନ କୁମାରୀ ହୋଇ
ହେଲେ ଆଜି ନା ଠିକଣା ଅଛି ନା ସେ ଚେହେରା ମନେ ଅଛି
ସେ ଆଜି ଅସ୍ପଷ୍ଟ ମୋ ସ୍ମୃତିର ସିଲଟରେ
ବୋଧେ ହୁଏ ସମୟ ଜାଣି ଜାଣି ଲିଭାଇଦେଇଛି ତାକୁ ପାଣି ମାରି
ନା ସମୟ ଦେଉଛି ଆଉଥରେ ଫେରି ଚାହିଁବାକୁ ପଛକୁ
ଲାଭବା କଣ?ସେ ବିତିଲା ଦିନକୁ ହେଜି ହେଜି ଯାହା ଆଜି ଅଫେରା
ହେଲେ ସେ ଚେହେରା ସବୁଦିନ ଲାଗି କୁଆଡେ ଗଲାଜେ
ଫେରିବାର ନାଁ କେବେ ନେଉନି