*ଅସ୍ପୃଶ୍ୟତା*
*ଅସ୍ପୃଶ୍ୟତା*
ଜାତି ଧର୍ମ ପ୍ରଥା ସ୍ପୃଶ୍ୟ ଅସ୍ପୃଶ୍ୟତା
ମାନବ ଭିଆଣ ନୀତି
ଅସ୍ତ୍ରଶସ୍ତ୍ର ଶାସ୍ତ୍ର ସବୁ ଅସଫଳ
ବିଫଳ ଧନ ସମ୍ପତ୍ତି ।୧।
ଛୁଆଁ ଓ ଅଛୁଆଁ ଅହଙ୍କାର ନିଆଁ
ଉଚ୍ଚ ନୀଚ୍ଚ ଜାତିଭେଦ ।
ତଥାପି ମାନବ ମନରୁ ଯାଉନି
କର୍ମରେ ଧର୍ମ ବିବାଦ ।୨।
ଅନ୍ୟାୟ ଅଧର୍ମ କୁକର୍ମରେ ମାତି
ମଣିଷ ପଣିଆ ଭୁଲି ।
କୁସଂସ୍କାର ନୀତି ଜାବୁଡି ଧରନ୍ତି
ଦେଖନ୍ତି ଅତୀତ ବୁଲି ।୩।
ଗର୍ବ ଅହଙ୍କାର ମନରେ ବିକାର
ହୃଦୟେ ଭିତରେ ଭରି ।
ଜାତି ଧର୍ମ କିଡା ଅନ୍ତରେ ବଢୁଛି
କୋରନା ପାରୁନି ମାରି ।୪।
ଘୃଣ୍ୟ ଜାତି ପ୍ରଥା ଭେଦଭାବ କଥା
କୋରନା ଚେତେଇ ଦେଇ ।
ଶିକ୍ଷା ଦେଉଅଛି ରାମ ହରିଜନ
ଅସ୍ପୃଶ୍ୟ ନୁହନ୍ତି କେହି ।୫।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଜାତି
ସାମନ୍ତବାଦର ଧାରା ।
ସ୍ପୃଶ୍ୟ ଅସ୍ପୃଶ୍ୟତା ଧନୀ ଦରିଦ୍ରତା
ହୀନ ଆମ ଚିନ୍ତାଧାରା ।୬।
ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିୟାନ
ସମସ୍ତେ ମାନବ ଜାତି ।
ଜୀବଜଗତରେ ସବୁଠାରୁ ଶ୍ରେଷ୍ଠ
ପାଇଛନ୍ତି ବାକ୍ ଶକ୍ତି ।୭।
ଗୀତା ଭାଗବତ ଚତୁଃର୍ବେଦ ଶାସ୍ତ୍ର
ବାଇବେଲ ଓ କୋରାନ ।
ମାନବର ସୃଷ୍ଟି ସାହିତ୍ୟ ଦର୍ପଣେ
ଜ୍ଞାନ
ର ପ୍ରତିଫଳନ ।୮।
କାହିଁ ଲେଖାନାହିଁ ଜାତି ଧର୍ମ ହିଂସା
ରକ୍ତପାତର କାହାଣୀ ।
ପରଶ୍ରୀ କାତର କ୍ରୁର ନିର୍ଯାତନା
ଅନୀତି ଅନ୍ୟାୟ ବାଣୀ ।୯।
ଅତୀତର ସେହି ମନଗଢା ନୀତି
ପରସ୍ପର ପ୍ରତି ଘୃଣା ।
ରକ୍ଷଣଶୀଳତା କୁସଂସ୍କାର ପ୍ରଥା
କରୁଅଛି ବାଟ ବଣା ।୧୦।
ଗରିବ ଉପରେ ଧନୀ ଅତ୍ୟାଚାର
ଶୋଷଣ କଷଣ ପୀଡା ।
ଧନରତ୍ନ ଏବେ କାମ ଦେଉନାହିଁ
ମଡା ହେଉନାହିଁ କଢ଼ା ।୧୧।
ରାମ ହରିଜନ ସବୁ ଏକ ଜାତି
ଅସ୍ପୃଶ୍ୟ ନୁହନ୍ତି କେହି ।
ମହାମାରୀ ହୋଇ କୋରନା କହୁଛି
ଅବୁଝା ହେଉଛ କାହିଁ ।୧୨।
ତଥାପି ମାନବ ବୁଝିପାରୁ ନାହିଁ
ହୃଦୟେ ଭରୁଛି ବିଷ ।
ଆତ୍ମ ବଡୀମାକୁ ଦେଖାଇ ହେଉଛି
ଅହଙ୍କାରେ ହୋଇ ବଶ ।୧୩।
କୋରନା ଚେତନା ବାର୍ତ୍ତା ଦେଉଅଛି
ବିଶ୍ୱ ସାରା ବୁଲି ବୁଲି ।
ମାନବ ଧର୍ମ ହିଁ ଶ୍ରେଷ୍ଠ ଜଗତରେ
ଯାଅନାହିଁ କେହି ଭୁଲି ।୧୪।
ଇର୍ଷା ହିଂସା ଦ୍ୱେଷ ଗର୍ବ ଅହଙ୍କାର
ଜାତିଧର୍ମ ଭେଦଭାବ ।
ହୃଦୟ ଭିତରୁ ପୋଛି ଦେଇ ସର୍ବେ
ପ୍ରେମକୁ କର ବୈଭବ ।୧୫।
ଶାନ୍ତି ମୈତ୍ରୀ ମନ୍ତ୍ର ଉଚ୍ଚାରଣ କରି
ଖୁସିରେ ବଞ୍ଚିବା ଶିଖ ।
କାହା ଅଧିକାର ଛିନ୍ନ କର ନାହିଁ
ଦେଇ ଯନ୍ତ୍ରଣା ଓ ଦୁଃଖ ।୧୬।