STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଅସହ୍ୟ ଯନ୍ତ୍ରଣା

ଅସହ୍ୟ ଯନ୍ତ୍ରଣା

1 min
291

ତୁମେ ଗଲା ପରେ 

ମୋ ଅଗଣାର ଘାସ ଗାଲିଚାରେ 

ହଠାତ୍ ନିଆଁ ଲାଗିଗଲା,

ତୁମେ ଗଲା ପରା

ମୋ ଫୁଲ ବଗିଚାରେ

ଗୋଲାପ ର ପାଖୁଡ଼ା ଗୁଡିକ

ବିଛୁରିତ ହୋଇ ଭୁପତିତ ହେଲେ।


ତୁମେ ଗଲାପରେ 

ମୋ ଆକାଶକୁ କଳା ବଉଦ ଟା 

ହଠାତ୍ ଅନ୍ଧାର କରିଦେଲା,

ତୁମେ ଗଲା ପରେ 

ବସନ୍ତର ସୁଶୀତଳ ମଳୟଟା

ନିଦାଘ ରୌଦ୍ରତା ରେ

ପରିଣତ ହୋଇଗଲା।


ତୁମେ ଗଲା ପରେ

ରାତ୍ରୀର ଶୁଭ୍ର ଜ୍ୟୋସ୍ନା

ତୁମ ବିରହରେ ମୋତେ

ପାଉଁଶିଆ ପାଉଁଶିଆ 

ଦୃଶ୍ୟ ମାନ ହେଲା।


ତୁମେ ଗଲାପରେ

କୋମଳ ମଖମଲି ଗଦି ତକିଆରୁ

ସପ୍ତଫେଣୀ କଣ୍ଟା ସବୁ

ବାହାରି ମୋତେ ରକ୍ତାକ୍ତ କରିଦେଲେ,

ତୁମେ ଗଲା ପରେ

ସୁନେଲି ସ୍ବପ୍ନ ସବୁ ମୋର

ଭାଙ୍ଗି ଚୁରମାର୍ ହୋଇଗଲେ।


ତୁମେ ଗଲାପରେ 

ସ୍ବର୍ଣ୍ଣୀମ ଆଭାରେ ପରିପୂର୍ଣ୍ଣ

ପାଦଚଲା ରାସ୍ତା ସବୁ 

ଘୋର ତିମିର ରେ 

ଆଚ୍ଛାଦିତ ହୋଇ ଗଲା,

ତୁମେ ଗଲା ପରେ

ଅବଶିଷ୍ଟ ଜୀବନ ଟା 

କୁହୁଡି ର କୁଝଟିକାରେ

ସର୍ବତ୍ର ଆବୃତ ହୋଇଗଲା।


ତୁମେ ଗଲା ପରେ 

ମୋ ଦୁନିଆରେ ଅମ୍ଳଜାନ

ଶେଷ ହୋଇ ଖାଲି 

ଅଙ୍ଗାରକାମ୍ଳ ଭର୍ତ୍ତିହୋଇଗଲା,

ତୁମେ ଗଲା ପରେ

ବହୁଥିବା ଲୁ ର ପ୍ରଭାବ ରେ

ନଦୀ ପୁଷ୍କରିଣୀ ଜଳ ଶୁଷ୍କ ହେଲା

ଗଳା ମୋର ଶୁଷ୍କ ହୋଇ

ରକ୍ତ ସବୁ ବହଳିଆ ହେଲା।


ମୁଁ ଅଣନିଃଶ୍ବାସୀ ସାଥି

ମୁଁ ଅବସନ୍ନ, ମୁଁ ଅସହାୟ

ମୃତବତ ଜୀବନ ବଞ୍ଚିବାର

ଆବଶ୍ୟକ କଣ

ତୁମ ବିରହର ଯନ୍ତ୍ରଣା ଅସହ୍ୟ ହେ ପ୍ରିୟ"

ଏ ବିରହର ଜ୍ୱାଳାରେ

ମୁଁ ଦିନରାତି ଜଳି ପୋଡ଼ି 

ପାଉଁଶ ହୋଇଯାଉଛି

ମୋତେ ନେଇ ଯାଅ ବନ୍ଧୁ

ଛଟପଟ ହୁଏ ମୋର ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy