ଅସହ୍ୟ ଯନ୍ତ୍ରଣା ଏଠି
ଅସହ୍ୟ ଯନ୍ତ୍ରଣା ଏଠି
ଫନିର ମାଡ଼ରେ
ଅସହ୍ୟ ଯନ୍ତ୍ରଣା ଏଠି,
ଆଖିରୁ ଝରୁଛି ତତଲା ଲୁହ
ତାତିରେ ସିଝୁଛି ଦେହ
ସଭିଏଁ ଅତିଷ୍ଠ
ମନରେ ଅନେକ କୋହ ।
ସାଏଁ ସାଏଁ ପବନରେ
ଛାଏଁ ଛାଏଁ ଉଡିଯାଇଛି
ଆକାଶର ପକ୍ଷୀ ପରି
ଚାଳ ଛପର ଓ ଆଜବେଷ୍ଟସ ଘର ।
ଦିନରେ ଡହ ଡହ ଗରମ
ରାତିରେ ଅନ୍ଧାରର ପ୍ରହାର
ଦିନ ଓ ରାତିରେ ଆବର୍ଜନା
ଗାଁ ରୁ ସହର ଚାରିଆଡ
ଖେଳାଉଛି ତାର ଜହର ।
ଆବର୍ଜନା, ଅନ୍ଧାର ଓ ତାତି
ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ
କିଏ ରାଜୁତି କରିବ
ଫନି ପ୍ରଭାବିତ ଅଂଚଳ ।
ସାଗୁଆ ଶାଢ଼ୀ ପିନ୍ଧି
ଖଇ ଫୁଟା ତତଲା ଖରାରେ
କୃଷ୍ଣଚୂଡ଼ାର ନାଲି ଫୁଲରେ
ଖିଲି ଖିଲି ହସୁଥିବା
ଓଡିଶା ମୋ ଶ୍ରୀହୀନ
ଫନି କରିଛି ତାକୁ ଛାରଖାର।
