STORYMIRROR

Sushree sangita Swain

Tragedy

3  

Sushree sangita Swain

Tragedy

ଅଶ୍ରୁଳ ବିଦାୟ

ଅଶ୍ରୁଳ ବିଦାୟ

1 min
12K

ହେ କଳାକାର

ଚମତ୍କାର ଅଭିନୟ କଲ

ଦର୍ଶକ ଖୁସ, ଦେଖ କରତାଳି ରେ କେମିତି

ଫାଟିପଡୁଛି ରଙ୍ଗ ମହଲ

ପରଦା ଉପରେ ମରିବାର

ମିଛିକା ମିଛିକା ଖେଳ ଖେଳୁ ଖେଳୁ

କେତେ ଦକ୍ଷ ହୋଇଯାଇଛ ଇରଫାନ

ସରିଗଲା ଅଭିନୟ

ଲିଭିଗଲା ମଞ୍ଚ ଆଲୁଅ

ସଟ ଓକେ, କଟ ଇଟ କହିବାକୁ

କିନ୍ତୁ ନାହାନ୍ତି ଡିରେକଟର....

ନିଖୁଣ ତୁମ ଅଭିନୟ ରେ

ଦର୍ଶକ ଆଜି ସ୍ତବ୍ଧ !!!

କେଡେ ସ୍ୱାର୍ଥପର ପାରିଲ ସାଜି

ସିନେ ଜଗତ କୁ ପଙ୍ଗୁ କରାଇ

ହସି ହସି ଗଲ ସଭିଙ୍କୁ କନ୍ଦାଇ

କଳାକାର କେବେ ପାରେନା ମରି

ବଞ୍ଚିରହେ ସେ କାଳେ କାଳେ

କୋଟି କୋଟି ଦର୍ଶକ ବୁକୁରେ

ଅମର ଆତ୍ମା ଟେ ହୋଇ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy