STORYMIRROR

Satyabati Swain

Tragedy

3  

Satyabati Swain

Tragedy

କଅଁଳ ଖରା

କଅଁଳ ଖରା

1 min
308

ଅପରାହ୍ନ

ଥକି ପଡିଛି ଦଉଡ଼ି ଦଉଡ଼ି

ଖୋଜୁଛି

କଅଁଳ ଖରାର ଧାସ।


ଭାବନା ଓ ସ୍ମୃତି

ଲମ୍ବା ଲମ୍ବା ପାହୁଣ୍ଡ ପକାଇ

ଚାଲୁଥିଲେ 

ଆଗେ ଆଗେ

ଶରୀର ଆଗରେ

ପଛେ ଥିଲା ମନ।


ମେଘ ସେପାଖେ

ଖୋଜୁଥିଲା

ସମ୍ପର୍କର ଇଦ୍ରଧନୁ

ମନ ଅରଣ୍ୟରେ

ଛପି ଛାପିକା ଖରା

ରହି ରହି ଶୁଭେ

ବାଘର ହେଣ୍ଟାଳ।


ମନେ ପଡେ

ସିଙ୍ଘାଣି ବୋହୁ ପଡୁଥିବା ମୁହଁ

ଆଃ ସେ ମୁହଁରେ

କି ଖୁସି !

କି ଆନନ୍ଦ !

ଥୋପା ଥୋପା ଅଳ୍ପକେ

ସନ୍ତୁଷ୍ଟିରେ

ତୃପ୍ତ ଥିଲା ମନ।


କୁଆଡେ ଗଲା ସେ

କଅଁଳ ଖରା !

ସେ ନିଷ୍କପଟ ପିଲା ମନ !

ଭାରି ଖୋଜେ

ଆଜି ଅପରାହ୍ନ ସେଇ

ସକାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy