STORYMIRROR

Anjana Naik,Anju..Deogarh

Tragedy Inspirational

3  

Anjana Naik,Anju..Deogarh

Tragedy Inspirational

ଏକଲା ଅତୀତ

ଏକଲା ଅତୀତ

1 min
359

ଜୀବନର ତ ଅଭ୍ୟାସ ମାତ୍ର 

ଆକାଶ ସହିତ ସମୟୋପଯୋଗୀ 

ଦୁଇପଦ କଥା ହେବାରେ ବିତୁଥିଲା

ସମ୍ପର୍କର ଭିଡ଼ ମଧ୍ୟରେ 

ନିବିଡ଼ ସମ୍ପର୍କ କାହା ସହିତ ନଥିଲା

ସକଳ ଜୀବନ ଯୁଦ୍ଧରେ 

ଅହରହ ସଂଗ୍ରାମ କରି ହାରୁଥିଲା 

ଆକାଶଚୁମ୍ବି ନବ ଅଟ୍ଟାଳିକା ତଳେ

କେବଳ ଅବାଧ ଖିଆଲ ଭରିଥିଲା

ଗାଁ ମୁଣ୍ଡିଆ ବସ୍ତି ଅଞ୍ଚଳରେ 

ମୋର ଠିକଣା ଲେଖା ହୋଇଥିଲା 

ମୋର ଚ଼ାଳ ଛପର ଘରେ 

ଦିହକ ଯାକର ସୁଖ ସ୍ମୃତି ରହିଥିଲା ।


ମୁଁ ଯେବେ ଏକା ଥିଲି

ମୋ ମୁଣ୍ଡ ଉପରେ ଆକାଶ ହିଁ ଥିଲା 

ମନ କଥା ବୁଝିବା ପାଇଁ 

କାହା ପାଖରେ ସୁନ୍ଦର ଭାବନା ନଥିଲା

ଟିକେ ଖୁସି ଖୋଜିବା ପାଇଁ

ସକାଳ କେବେ ସନ୍ଧ୍ୟା ହୋଇ ଯାଉଥିଲା 

ସାହାରାର ଅଭାବ ନାହିଁ 

ଦେବା ପାଇଁ ତାଙ୍କ ହାତ ପୁଙ୍ଗୁଳା ଥିଲା 

ସାଙ୍ଗର ମାମଲାରେ ତ 

ମୋ ଜୀବନ ପୁରା କାଙ୍ଗାଳ ହିଁ ଥିଲା ।।


ଅଧାବାଟେ କିଏ ହାତ ଛାଡ଼ି

ଅବାଧଗତିରେ ଭଣ୍ଡେଇ ଚ଼ାଲି ଯାଉଥିଲା

ନୂଆଁ ବାଟରେ ପ୍ରସସ୍ତ ବିଥିରେ 

ପ୍ରତ୍ୟେକ ମୋଡ଼ ତ ଦଂଶନ କରୁଥିଲା

ହାରିବା ଜିତିବା ନୂଆ କଥା ନୁହେଁ

ପ୍ରତିଦିନ ବହୁବାର ମରିବାକୁ ହେଉଥିଲା

ନିଜ ଲୋକଙ୍କର ଶରାଘାତରେ

ମୋ ମନ କ୍ଷତ ବିକ୍ଷତ ହେଉଥିଲା 

କେବଳ ଆକାଶ ମୋ ଜୀବନର

ସେ ମୁହୂର୍ତ୍ତକୁ ଅବଲୋକନ କରୁଥିଲା

ଲହୁଲୁହାଣ ମୋ ହୃଦୟକୁ

ତା କୋଳରେ ଆବୋରି ନେଇଥିଲା

ତା ଭାଗରୁ ଗୁଣ୍ଡାଏ ଶାନ୍ତି

ମୋ ପତ୍ରରେ ପରଷି ଦେଇଥିଲା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy