ଅଶ୍ରୁ ତର୍ପଣ
ଅଶ୍ରୁ ତର୍ପଣ
ସିନେ ସୌର ଜଗତର ତେଜସ୍କ୍ରିୟ ଉଜ୍ଜ୍ୱଳ ଜ୍ୟୋତିଷ୍କ ମିହିର
ଅସ୍ତମିତ ଆଜି ପ୍ରତୀଚୀ ଗଗନେ ଘନେଇ ଆସଇଅନ୍ଧାର।
ଅବେଳେ କେମିତି କୃର କାଳକେତୁ ସହସା ଆକାଶ ଆବୋରି
ପ୍ରଭାକର କର ପ୍ରତିହତ କଲା ତା ବିପୁଳ କାୟା ବିସ୍ତାରି ।
ଚଳଚଞ୍ଚଳ ଗତିଶୀଳ ନିର୍ମଳ ସେ ଛଳଛଳ ନିର୍ଝରଣୀ
ନିଷ୍ଠୁର ଦଇବ ଚୋରାବାଲି ସାଜି ନେଲା ଅଜଣା ରାଜ୍ୟେ ଟାଣି ।
ମଧୁର ତୁମର ଅଭିନୟ ପୁଣି ମଧୁଭରା ତୁମ ସେନେହ
ମଧୁର ତୁମର ସମାଜ ସଂସ୍କାର ଜିଣିଛ ସବୁରି ହୃଦୟ ।
ମଧୁର ସେ ରୂପ ମଧୁର ସେ ହସ ମିଠାମହଲ ତ ଆଳୟ
ମିଠା ବାଣ୍ଟି ବାଣ୍ଟି ଅମୃତ ପୁରୁଷ ମରିବି ଅମର ଅକ୍ଷୟ ।
ଅମାବାସ୍ୟା ଘନ ତାମସୀ ଅନ୍ଧାର ସମ ଲାଗେ ତୁମ ସାମ୍ରାଜ୍ୟ
ଚିରସତ୍ୟ ସେଇ ପଥର ପଥିକ ସରବେ ହୋଇବେ ନିଧାର୍ଯ୍ୟ ।
ଅବେଳରେ କିନ୍ତୁ ତୁମ ଅବସାନ ହୃଦୟ ଦେଉଛି ବିଦାରି
ଆଶାର ଆଲୋକ ନିଷ୍ପ୍ରଭ ନିଶ୍ଚଳ ଶ୍ରୀହୀନ ଅଭାବେ ତୁମରି ।
ଅଫେରା ରାଇଜେ ଅମର ଭୁବନେ ପବିତ୍ର ଆସନେ ଆସିନ
ହେଉ ପୂଣ୍ୟ ଆତ୍ମା ମହାଭାଗ ଘେନ ଆମରି ଅଶ୍ରୁଳ ତର୍ପଣ ।