ଅସହାୟ ଶୈଶବ
ଅସହାୟ ଶୈଶବ
ନିର୍ଦ୍ଦୟ ପଣରେ ଶୈଶବ ମୋହର
ତୁମେ ନିତି ନିିତି ଜାଳ
ଖେଳିବା ବୁଲିବା ବୟସରେ ଖଟେ
ଦେହୁବହେ ଶ୍ରମଝାଳ I
କେତେ ନୂଆ ନୂଆ ଜାମାପଟା ପିନ୍ଧି
ଖେଳୁଛି ତୁମର ଝିଅ
ଛିଣ୍ଡାଜାମା ପିନ୍ଧି ବାସନ ମାଜୁଛି
ଆଖିରୁ ଝରେ ମୋ ଲୁହ I
କାହିଁକି ମୋ ପ୍ରତି ଏତେ ଅବିଚାର
କାହାର କି ଦୋଷ କଲି
କାହିଁକି ମୁଁ ଏତେ କଷ୍ଟକରେ ନିତି
ଆଖି ଲୁହ ଢାଳି ଢାଳି I
ବିନା ଦୋଷେ କିଆଁ ଶୈଶବ ମୋର
ଅକାଳରେ ଝରିଯିବ
ଭଗବାନ ବୋଲି ଯଦି କେହିଥାଏ
ନିଶ୍ଚୟ ବିଚାର ହେବ I
ସତେ କି ମୋପାଇଁ ଶୁଭଦିନ ଟିଏ
ମୋ ହାତରେ ଧରାଦେବ?
ତା ଯଦି ନହୁଏ ସଂସାର ତୁମର
ଜଳି ପୋଡି ଧ୍ୱଂସ ହେବ I