STORYMIRROR

Bindhyabasini Jena

Tragedy Inspirational

3  

Bindhyabasini Jena

Tragedy Inspirational

ଅସହାୟ ମୋ ମା

ଅସହାୟ ମୋ ମା

1 min
301

ପ୍ରତ୍ୟେକ ବର୍ଷ ତୁ ଆସୁ,

ସଜ ବାଜ ହୋଇ ସୁନ୍ଦର ଯେ ଦିଶୁ,

ଆଖିର କଜଳ ଦ୍ୱାରା ସବୁ ଦେଖୁ,

ଚୁପ ଚାପ ମନେ ମନେ ତୁ ହସୁ,

ମହିଷାସୁର ମରଦିନୀ , ବିନ୍ଧ୍ୟ ବାସିନୀ,

ଅସୁର ନାସିନୀ କୁହା ଯାଉ,

ହେଲେ କାହିଁ କେଜାଣି,

ବେଳେ ବେଳେ ତୁ ଭି ଅସହାୟ ଦିଶୁ।

ବଡ଼ ବଡ଼ ମେଢ଼ରେ,

ବଡ ବଡ ପଣ୍ଡାଲରେ ବିଜେ ହେଉ,

ସପ୍ତମୀ ରୁ ଦଶମୀ ଯାଏଁ ଧୁମ ଧାମରେ ପୂଜା ବି ଯାଉ,

ହେଲେ ଭାଷାଣି ଦିନେ କାହିଁ କେଜାଣି,

ମନ ଦୁଃଖେ ଦୁଃଖେ ଯାତ୍ରା ତୁ କରୁ,

ବୋଧ ହୁଏ ଯେତିକି ସ୍ନେହ ସହ ଅଣା ଯାଇଥିଲୁ,

ସେତିକି ଶ୍ରଦ୍ଧା ସହ ହେଉନି ତୋ ବିସର୍ଜନ,

ଅଧା ଖଣ୍ଡିଆ , ଭଙ୍ଗା ହୋଇ ପଡ଼ିଥାଉ ତୁ ନିଶ୍ଚୟ,

ତୋ ଆଖି ଅଶ୍ରୁ ଦିସୁନି ନିହାତି,

ହେଲେ ମଣିଷ ଭି ବୁଝି ପାରୁନି କାହିଁକି,

ବଡ଼ ବଡ଼ ମେଢ଼ରେ ଲୋକ ଦେଖାଣିଆରେ,

ଆଉ ପ୍ରତିଯୋଗିତା ଜିତିବା ନିଶାରେ,

କାହିଁ ମଣିଷ କରୁଛି ଏ ପାପ,

ଅଧା ଭଙ୍ଗା ମା କୁ ଭସେଇ,

କଣ ମିଳୁଛି ରେ ବାପ।

ଲୁହ ତାର ସରୁନି ହେଲେ ଆମକୁ ତା ଦିସୁନି,

ପଡି ପଡି ନଈ କୂଳେ ଭାବୁଛି ମା,

ଆରେ ମୋ ସନ୍ତାନ ଏମିତି ହନ୍ତ ସନ୍ତ କରି ମୋତେ 

କି ମିଳୁଛି ବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy