STORYMIRROR

Bindhyabasini Jena

Others

3  

Bindhyabasini Jena

Others

ବସି ବସି ଆକାଶ ତଳେ

ବସି ବସି ଆକାଶ ତଳେ

1 min
318

ବସି ବସି ଆକାଶ ତଳେ,

ଅନେକ ଭାବନା ଆସେ ମନ ଗହଣରେ,

ଯଦି ଜୀବନ ଏମିତି ନ ଥାନ୍ତା,

ତେବେ କେମିତି କଣ ହୋଇଥାନ୍ତା,

ଯଦି ମଣିଷ ସବୁ ଜାଣି ପାରୁଥାନ୍ତା,

ତେବେ କଣ ବିପଦ ଠୁ ଦୁରେଇ ଯାଇପାରନ୍ତା ?

ବୋଧ ହୁଏ ହଁ,

ହେଲେ ମଣିଷ ତ ସବୁ ବୁଝି ପାରେ,

ଆଶଙ୍କା କୁ ମଧ୍ୟ ଧରି ପାରେ,

ମଣିଷ ପରା ବୁଦ୍ଧିଆ,

ତେବେ ଭୁଲ ଜୀବନରେ ଘଟେ କାହିଁକି ?

ତେବେ ବାଟ ବଣା ମନ ହୁଏ କାହିଁକି ?

ଚାଳକ ଚତୁର ପ୍ରାଣୀ ହଠାତ ବାଟ ଭୁଲେ କାହିଁକି ?

ସବୁ ବୁଝି ମଧ୍ୟ ପାଦ ଖସେ କାହିଁକି ?

ବୋଧ ହୁଏ କାରଣ ଏ ଅବୋଧ ମନ,

ଯିଏ ସବୁ ବୁଝି ବି ଅବୁଝା ସାଜେ,

ଆଖି ଆଗରେ କଳା ପଟି ବାନ୍ଧି ଚାଲେ,

ମିଛ ସତ ଭରା ଦୁନିଆରେ,

କିଛି ସଫା ମନ ଖୋଜେ,

ହେଲେ ତା କଣ ଭୁଲ ?

ଅନ୍ଧକାର ଦୁନିଆ ଠୁ ଆଲୋକ ର ଆଶା ରଖିବା କଣ ଭୁଲ ?

ପ୍ରତାରଣା ପ୍ରେମ ସାଗର ରୁ ନିଷ୍କପଟ ମନ ଖୋଜିବା କଣ ଭୁଲ ?

ବିଷରୁ ଯଦି ଅମୃତ ଜାଗ୍ରତ ହୋଇ ପାରେ,

ତେବେ ମଣିଷ ପଣିଆ କେବେ ପୋଛି ହୁଏନା,

ଛନ୍ଦ କପଟ ଭରା ସଂସାରରେ,

ବେଳେ ବେଳେ ସ୍ୱଚ୍ଛ ମନ ହୃଦୟ ଜିତି ପାରେ ହଁ ...

ଚନ୍ଦ୍ର ରେ ଭି ଦାଗ ଅଛି,

ହେଲେ ସେହି ଚନ୍ଦ୍ର ଭି ମନକୁ ଜିଣୁଛି,

କଳିଯୁଗ ଚାଲିଛି ହେଲେ ଏ କଳିରେ ଭି କିଛି ଆତ୍ମୀୟତା ଅଛି,

କିଛି ମିଛ କିଛି ସତ ର ବନ୍ଧନରେ ବାନ୍ଧି ହୋଇଛି,

ଆଉ ଏ ମଣିଷ ତା ଚଲା ବାଟ କାଢି ଚାଲିଛି,

ହସୁଛି, କାନ୍ଦୁଛି ହେଲେ ତା ମଧ୍ୟରୁ ବଞ୍ଚିବା ବାଟ ମଧ୍ୟ ଖୋଜି ଚାଲିଛି.....



Rate this content
Log in