STORYMIRROR

Bindhyabasini Jena

Others

3  

Bindhyabasini Jena

Others

ଗୋଟେ ମାତ୍ର ଜୀବନ

ଗୋଟେ ମାତ୍ର ଜୀବନ

1 min
277

କେତେ ଦିନ ଏମିତି ମିଛ ଅହଂରେ ବଞ୍ଚିବୁ,

କେତେ ଦିନ ନିଜର ଗର୍ବରେ ମଜ୍ଜିବୁ,

ଏ ଆତ୍ମା ଯେବେ ଶରୀର ତ୍ୟାଗ କରିବ,

ତୁ ବି ଜାଳି ହୋଇ ପାଉଁଶ ପାଲଟିବୁ,

ମାନ ସମ୍ମାନ ନା ରେ କେତେ ଆତ୍ମା ବଳି ଦବୁ,

ଧର୍ମ ର ଡାକରା ରେ କେତେଙ୍କୁ ଦଂଶିବୁ,

ପାପ କରି କେତେ ସତ୍ୟବାନ ସାଜିବୁ,

ମାଟିର ମଣିଷ ତୁ ମାଟିରେ ହି ମିଶିଯିବୁ,

କେହି ରହିନାହାନ୍ତି ନା କେହି ରହିବେ,

ସୁଖରେ ତ ସବୁ ଥିବେ, 

ହେଲେ ଦୁଃଖରେ ପାଖେ ନ ଛିଡା ହେବେ,

ଲୁହ ଦେଇ କେତେଙ୍କୁ ତୁ କଂଦେଇବୁ,

ଭୁଲି ଜାନା ରେ ମଣିଷ ତୁ ବି ଦିନେ କାନ୍ଦିବୁ,

ହସ ଦେଇ ନ ପାରିବୁ ଯଦି,

କଷ୍ଟ ଦେ ନା କାହା ମନରେ,

ଭଲ କରି ନ ପାରିବୁ ଯଦି,

ଖରାପ କରନା କାହା ପାଇଁ ରେ,

ଗାତ ଯଦି ତୁ ଅନ୍ୟ ପାଇଁ ଖୋଲିବୁ,

ଭୁଲି ଜାନା କାଲି ନିଜେ ତୁ ସେ ଗାତରେ ପଡ଼ିବୁ,

ମିଛ ମାୟା ସଂସାରରେ ଅଳ୍ପ ଅଛି କିଛି ଦିନ,

ହସି ଖେଳି ଆନନ୍ଦରେ ବିତି ଯାଉ ଏ ଜୀବନ,

କିଣି ନିଅ ମିଠା ଭାଷାରେ ସଭିଙ୍କ ମନ,

ଗୋଟେ ମାତ୍ର ଜୀବନ,

ଗୋଟେ ମାତ୍ର ଜୀବନ......


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍