STORYMIRROR

Bindhyabasini Jena

Abstract Inspirational

3  

Bindhyabasini Jena

Abstract Inspirational

କରୋନା ଭୟ

କରୋନା ଭୟ

1 min
317


ଜୀବନର ଏ କି ପର୍ଯ୍ୟାୟ,

ଭାବିଲେ ଭି ଡର ମାଡୁଛି,

ହେଲେ ଡର ଭୁଲି କିଛି ଠିକ ପଦକ୍ଷେପ,

କିଛି ଅଘଟଣ ମଧ୍ୟ ଆଡେଇ ଦେଉଛି।

କଥାର ମର୍ମ ଏତିକି ଯେ,

କରୋନା ଭୟ ଆଜି ସମଗ୍ର ପୃଥିବୀ କୁ ଘାରି ରଖିଛି,

ପ୍ରତ୍ୟେକ ମୁହୂର୍ତ୍ତ ଗୋଟେ ପରୀକ୍ଷା ସାଜିଛି,

ଜୀବନ ମରଣ ଏବେ ସବୁ ଭାଗ୍ୟ ଦିଶୁଛି।

ତେଣୁ ଅଧିକ ଭୟଭିତ ନ ହୋଇ,

କିଛି ଛୋଟ ଛୋଟ ପଦକ୍ଷେପ ଅନେକ ଜରୁରୀ,

ହାତ ଧୋଇବା ଠୁ ସ୍ୱଚ୍ଛ ପରିବେଶ ଗଢିବା ନିହାତି,

ନାକ, ଆଖି, ପାଟି ଘୋଡାଇ,

କିଛି ମୁହୂର୍ତ୍ତ ଅସୁସ୍ଥ ତା କୁ ପାରିବା ଆମେ ଏଡାଇ।

ଅଯଥା ଘରୁ ନ ବାହାରି, 

ଜନ ଗହଳି ଠୁ ଦୁରେଇ,

ଅଯଥା ଅଜଣା ଜାଗା ଭ୍ରମଣ ନ କରି,

ସରକାର ଆବେଦନ କୁ ଆପଣେଇ,

ଆମେ ବି ରହି ପାରିବା ଏ ଭୁତାଣୁ ଠୁ ଦୁରେଇ।

ହାଲ୍କା ନୁହଁ ଏ କଥା,

ନୁହଁ ଥଟ୍ଟା ପରିହାସ ର ସମୟ,

ନିଜ ଜୀବନ ଓ ସ୍ୱାସ୍ଥ୍ୟ ସହ ପରିବାର ର ରକ୍ଷା କର ନିଶ୍ଚୟ।

ଅଯଥା, ବିନା ପ୍ରମାଣ ଥିବା କଥାକୁ ନ କର ପ୍ରଚାର,

ନ ଜାଣି ବୁଝି ଖେଳାଅନି ମିଥ୍ୟା ସମାଚାର।

ପାଠ ପଢି ଯଦି ଆମେ ମୂର୍ଖ ସାଯିବା,

ଉଡା କଥାରେ ଯଦି ଭାସି ଯିବା,

ତେବେ କିଏ କରିବ ଆମ ଉପଚାର,

କେମିତି ହେବ ମାନବ ସମାଜର ଉଦ୍ଧାର।

ଏତିକି ବିନତି ମୋର,

ଟିକେ ସତର୍କତା ଅବଲମ୍ବନ କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract