STORYMIRROR

Bindhyabasini Jena

Others

3  

Bindhyabasini Jena

Others

କହି କହି ଥକି ଗଲିଣି

କହି କହି ଥକି ଗଲିଣି

1 min
316

କହି କହି ଥକି ଗଲିଣି,

ହେଲେ ସମୟ ଅନୁକୂଳ କିଛି ହଉନି,

ବାସ ଚୁପ ସାଜି ଦାନ୍ତ ଦେଖାଇବା ଛଡା,

ଆଉ କିଛି ଉପାୟ ଦିସୁନି,

ଆଖିର ଲୁହ ଆଖିରେ ମରିଗଲାଣି,

ହୃଦୟର ସ୍ପନ୍ଦନ ଆଉ ଧିମେଇ ଗଲାଣି,

ସବୁ ସ୍ବପ୍ନ ଦୁସ୍ବପ୍ନ ସାଜିଲାଣି,

ଜାଣି ବି ମୁଁ ଅଜଣା ସାଜିଲିଣି,

କହି କହି ଥକି ଗଲିଣି,

ହେଲେ ସମୟ ଅନୁକୂଳ କିଛି ହଉନି।


କଷ୍ଟ ବା କାହାକୁ ଜଣାଇବି,

ଏଠି ଦୁନିଆ ଅନେଇ ବସିଛି,

ଯାହାକୁ ମୋ ମନ କଥା ଖୋଲି କହିବି,

ପରେ ମୋତେ ସେ ମାରିବାକୁ ସମୟ ଗଣୁଛି,

କିଏ ବା ନିଜର ,ଆଉ କିଏ ବା ପର,

ସଭିଙ୍କ ମୁଖ ତ ଲାଗୁଛି ଆପଣାର,

ଯଦି ଆଜି ପଦେ ହସି ଗପୁଛି,

କାଲି ସେ ମୋ ନାଁରେ ମିଛ ବାଣ୍ଟୁଛି,

କହି କହି ଥକି ଗଲିଣି,

ହେଲେ ସମୟ କ୍ରମେ ମୁଁ ଭୁଲ ହେଲିଣି।


କିଏ କହେ ତୋ ହାତ ଧରି ମୁଁ ଚାଲିବି,

ବ୍ୟସ୍ତ ହନା ମୁଁ ତୋ ପାଖେ ପାଖେ ଥିବି,

କିଏ କହେ ତୁ ହି ମୋ ଗେଲ୍ଲୀ ଭଉଣୀ, 

ତୁ ମୋ ସୁନା କନିଆ,

ତୁ ହି ଆମ ସମସ୍ତଙ୍କ ଦୁନିଆ,,

ତୋ ଠୁ କେମିତି ଦୁରେଇ ଯିବି,

କିଏ କହେ ତୁ ମୋ ବହୁତ ଭଲ ସାଙ୍ଗ,

ତୋ ବିନା ମୁଁ କଣ ପାଦେ ଚାଲି ପାରିବି,

ହେଲେ ଦୁଃଖ ଏତିକି ଯେ ଏ ସବୁ ମାତ୍ର କଥାରେ,

ସମୟ ପଡିଲେ ସବୁ ଦୂରରେ,

କହି କହି ଥକି ଗଲିଣି,

ହେଲେ ସମୟ ଅନୁକୂଳ ଏବେ କିଛି ବି ହେଉନି।


ହଁ ଆଜ୍ଞା ଏଟା ବୋଧ ହୁଏ ଏମିତି କିଛି ସମସ୍ତଙ୍କ ମନରେ କେବେ ନା କେବେ ଆସିଥିବ, କିଏ ସାଙ୍ଗ ହୋଇ ଧୋକା ଦେଇଥିବ, କିଏ ନିଜର ସାଜି ପିଠିରେ ଛୁରୀ ମରିଥିବେ, କିଏ କଥା ଦେଇ ଭାଙ୍ଗି ଚାଲି ଯାଇଥିବ, କିଏ ନିଜର ସାଜି ଶତ୍ରୁ ପାଲଟି ଥିବ। ତେଣୁ ମଣିଷ ର ଅନେକ ମୁଖା, କିଏ ନିଜର ଆଉ କିଏ ପର ତା କେବଳ ସମୟ ହି କହି ପାରିବ। କିଏ ସୁଖି ଆଉ କିଏ ଦୁଃଖି ତା ପରିଚୟ ସମୟ ହି ଦେଇ ଦେବ। ଆଖିକୁ ସୁନ୍ଦର ଦିଶୁଥିବା ସବୁ ପ୍ରକୃତ ସୁନ୍ଦର ନୁହଁ, ବେଳେ ବେଳେ ସବୁ ହସ ବି ପ୍ରକୃତ ହସ ନୁହଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍