ଅନ୍ତରଙ୍ଗ ନୀରବତା
ଅନ୍ତରଙ୍ଗ ନୀରବତା
1 min
704
ମନର ଗୋଟେ କୋଣରେ,
ଗୋଟେ ଛୋଟ ପ୍ରଶ୍ନ ଉଙ୍କା ମାରେ,
ସେ ପ୍ରଶ୍ନର ଉତ୍ତର ସନ୍ଧାନରେ,
ସଦା ସର୍ବଦା ଜଳୁଥାଏ,
କିଛି ସ୍ୱପ୍ନର ମାଧୁର୍ଯ୍ୟରେ,
ମଣିଷ ଟିକେ ବଞ୍ଚିବାକୁ ଚାହେଁ,
ହେଲେ ସେ ମାଧୁର୍ଯ୍ୟ ନୁହଁ ଚୀରସ୍ଥାୟୀ,
ବେସ ସୁନ୍ଦର ମରୀଚିକା ଟିଏ,
ଯାହା ଦୂରରୁ ତ ମନଲୋଭା ଦିଶେ,
ହେଲେ ପାଖରୁ ତା ହଜି ହଜି ଯାଏ,
ଏମିତି ହି କିଛି ଅକୁହା କଥା,
ଅନ୍ତରଙ୍ଗ ନୀରବତା ରେ ମିଶି ଯାଏ....
