STORYMIRROR

Bindhyabasini Jena

Abstract

2  

Bindhyabasini Jena

Abstract

ଅଦ୍ଭୁତ ଏ ଦୁନିଆ

ଅଦ୍ଭୁତ ଏ ଦୁନିଆ

1 min
98

ଆଜି ସାଙ୍ଗ ମାନଙ୍କ whatsapp ଗ୍ରୁପ ଦେଖିଲା ବେଳୁ ଗୋଟେ message ଟି ଦେଖିଲି, ଦେଖି message ମନକୁ ପାଇଲା, ଭାବିଲି ସତ ତ ଏ କଥା ସବୁ। ତେଣୁ କିଛି ପଦ ମୁଁ ବି ଲେଖିବାକୁ ବସିଲି।


ମଣିଷ ସବ ଛୁଇଁଲେ ଛୁଆଁ,

ଘର ଭିତରକୁ ଯିବାକୁ ହେଲେ,

ଧୁଆ ଧୁଇ ଗଙ୍ଗା ପାଣି ଛିଞ୍ଚି ଭିତରକୁ ଯାଅ

ହେଲେ ପଶୁ ପକ୍ଷୀଙ୍କ ସବ ଖାଇ ବି,

ବାରଣ କିଏ ନ କରି ଥାଅ

ମଣିଷ ମଲେ ଦୁଃଖରେ ଆମେ,

ଭଗବାନଙ୍କୁ ପୁଜୁ ନ ଥାଉ,

ହେଲେ ଛୁଆ ଜନ୍ମ ଖୁସିରେ ବି,

ତାଙ୍କ ପୂଜା ଅର୍ଚନା ବନ୍ଦ କରି ଦେଉ

ଏତେ ଭକ୍ତି ଆମ ମାନଙ୍କ ଯେ,

କୋଟି କୋଟି ଦେବା ଦେବୀ ଆମର,

ସେଥିରେ ବି ଶାନ୍ତି ମିଳୁନି ଯେ,

ଖୋଜୁ ଭଣ୍ଡ ବାବାଙ୍କ ଠୁ ଜୀବନର ଉପଚାର

ଗୀତା ପଢି ପଢି ବୁଝୁ,

କର୍ମ ହିଁ ସର୍ବୋପରି,

ଆଉ ବିନା କର୍ମେ କିଛି ନ ମିଳିବାରୁ,

ଦୋଷ ଦେଇ କହୁ ଏ ସବୁ ଭାଗ୍ୟ ଡୋରି

ଏମିତି ଅନେକ ଛୋଟ ଛୋଟ କଥା ଅଛି,

ଯାହା ଜୀବନରେ ପ୍ରତ୍ୟେକ 

ମୁହୂର୍ତ୍ତ ଦେଖିବାକୁ ମିଳିଥାଏ,

ଆଶ୍ଚର୍ଯ୍ୟ ବି ଲାଗେ,

ହେଲେ ମଣିଷ ପାଇଁ ଏ ସବୁ ଚଳୁଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract