STORYMIRROR

Madhusmita Prusty

Tragedy

4  

Madhusmita Prusty

Tragedy

ଅସହାୟ ଜୀବନ

ଅସହାୟ ଜୀବନ

1 min
201


ଏପରି ସମୟ ଜୀବନରେ କେବେ

ଆସିବ ନଥିଲା ଜଣା,

ଏତେ ଅସହାୟ ଜୀବନ ଲାଗଇ

ହଜି ଯାଉଛି ଠିକଣା ।


କାହାର ଜୀବନ ଦୀପ ଲିଭିଯାଏ

ଅଦିନରେ ପଡ଼େ ଝଡ଼ି,

ଅମ୍ଳଜାନ ପାଇଁ ଭୂମିରେ ଲୋଟଇ

ପ୍ରାଣ ଯାଏ ପିଣ୍ଡ ଛାଡ଼ି ।


ବେସାହାରା ଏଠି କାହାର ଜୀବନ

ପ୍ରିୟ ପରିଜନ ନାହିଁ,

ମର ଶରୀରକୁ କାନ୍ଧ ଦେବାପାଇଁ

ଘୃଣା କରନ୍ତିରେ ଭାଇ ।


ଯାହା ସଂଗେ ଦିନେ ସାରା ଜୀବନଟା

ବିତାଇଲୁ ହସିହସି,

ମୃତ୍ୟୁ ପରେ ପାଖ ମାଡ଼େନାହିଁ ସେହି

ରୋଗ ଦେବବୋଲି ଗ୍ରାସୀ ।


ସାହି ଭାଇ ସବୁ ନାକ ଟେକୁଥାନ୍ତି

ଦୂର ଦୂର ମାର କରି,

କେତେ ଅସହାୟ ସତେ ଏ ମଣିଷ

ଶାନ୍ତିରେ ପାରେନା ମରି


ଦୁଇପାଦ ଭୂମି ମିଳେନାହିଁ କାରେ

ଶବଦାହ ପାଇଁ ସିନା,

ମଲା ଦେହଟାକୁ ସମ୍ମାନ ମିଳେନା

ମିଳଇ ଯମ ଯନ୍ତ୍ରଣା ।


ସମ୍ପର୍କଟା ଏଠି ମିଛ ପ୍ରହେଳିକା

ଜଳଜଳ ଦିଶେ କାୟା,

ଜୀବନ ଜଂଜାଳ ମରୀଚିକା ସମ

ଜଡ଼ ଜାର ମୋହମାୟା ।


ଅଳିଆ ଗାଡ଼ିରେ ବୁହା ହୁଏ ଶବ

ଅଛୁଆଁ ଅଲୋଡ଼ା ପରି,

ଆଖିଖୋଲି ଥରେ ଦେଖରେ ମଣିଷ

କେହି ନୁହଁନ୍ତି କାହାରି ।


Rate this content
Log in

Similar oriya poem from Tragedy