STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ଅସହାୟ ବନଲତା

ଅସହାୟ ବନଲତା

1 min
222


କୁନ୍ଦୁଲୀରୁ କୁଆଖାଇ

ନଦୀ ପଠାଯାଏ

ନୀରବ ଯନ୍ତ୍ରଣାର ଛଟପଟ

ଭୁଭୁକ୍ଷୁ ପାଟିର ନଖ,ଦାନ୍ତ

ଶାଗୁଣା ପରି ଝାମ୍ପିନିଏ

କଲରା ପାତିଆ ବାଘପରି

ନର ଖାଦକ,

ଶୁଭୁଥିଲେ ଚିତ୍କାର ବି

ନୀରବି ଯାଆନ୍ତି ସାହି,ଭାଇ

ଦେଖଣା ହାରି

ପରସ୍ତ ପରସ୍ତ ଦୁଃଖର ଖୋଳରୁ 

ଚୁର୍ ମାର୍ ହୁଏ

ଦେଖିଥିବା ସୁନେଲି ସପନ

ଏଇ ତା ଜୀବନ !


ପୃଷା ପରେ ପୃଷ୍ଠା କଡ ଲେଉଟାଇ

ବଦଳିଯାଏ କ୍ଯଲେଣ୍ଡରର ମାସ,ବର୍ଷ

ତଥାପି ବଦଳୁନି

ବେଦନାର ବୀଭତ୍ସ ଦୃଶ୍ଯ

ଇତିଶ୍ରୀ,ବେବିନା,ଝରାଫୁଲ

ପୁଣି କୁନି ପରୀର ରହସ୍ଯ,,,,


ଋତୁଚକ୍ର ନିଏ ସିନା

ଦେବୀ ଦୂର୍ଗା,ମହାକାଳୀ,

ଲକ୍ଷ୍ମୀ,ସରସ୍ବତୀ ପାର୍ବଣ ମଣ୍ଡପେ

ଆବାହନ ହୋଇ

ଦୁଃଖ ହାରିବାକୁ ବନଲତା ରୂପେ,

ମହିଷା,ରାବଣ ସଂହାରୀ

କିନ୍ତୁ.......

ନିଜେ ଆଜି ଅସହାୟା,,,

ଅନ୍ଧାର ଆଖିରେ

ଆଇନ ଫାନ୍ଦରେ

ନା ପାଉଛି ସେ ନ୍ଯାୟ

ଜରାଜୀର୍ଣ୍ଣ ପରି

ମାଟି ପିଣ୍ଡଟିଏ ସାଜିଛି ସେ

ଦୁନିଆ ଆଖିରେ

ଲହୁ ଲୁହ ପିଇ ପିଇ

ଖାଲି ବିସର୍ଜନ ପାଇଁ

ମାଳ ମାଳ ଗଜରାଧାରୀଙ୍କ ଗହଣେ

ପୁଣି ଆର ବର୍ଷକୁ

ମଦ,ମାଦଳର ତାଳେ ତାଳେ,,,,,


ବଦଳିଛି ସତ୍ଯ

ବଦଳିଛି ତ୍ରେତୟା

ବଦଳିଛି ଦ୍ବାପର

ଯୁଗକୁ ଯୁଗୁ ସରି,

ହେଲେ ବଦଳିନି

ଆଧୁନିକ ସଭ୍ଯତାର

ଲୋଲୁପ ପିପାସା କଳି,

ପୁଣି ପାପର କଳା ରକ୍ତରୁ

ଅଙ୍କୁରିତ ଆଉ ଗୋଟେ ପାପ,

ମନ, ମାନସିକତା,ହୀନ ମନ୍ଯତା,

ମଣିଷ,ମାନବିକତା

ପୁଣି ଅସହାୟ ବନଲତାର କାନ୍ଦଣା,,,,,,



Rate this content
Log in

Similar oriya poem from Tragedy