ଅଶାନ୍ତି ଘୋଟିଛି ଦୁନିଆରେ
ଅଶାନ୍ତି ଘୋଟିଛି ଦୁନିଆରେ
ମିଥ୍ଯାବାଦୀ କଥା ଲାଗଇ ମଧୁର,
ଉପରକୁ ମିଠା ଅନ୍ତର ତ ବିଷ,
ସତ୍ଯବାଦୀ କଥା କଡ଼ା ତ ଲାଗିବ
ଜନ-ଜୀବନେ ଆଣେ ପୀୟୂଷ ।
ଛୋଟ ପିଲାଟିଏ, ଦେଖ କିପରି
ସେ ଗୁଲୁ ଗୁଲୁ ହସେ
ସେ ତ ସରଳତା ପ୍ରକୃତିର ପ୍ରେମ
ଉପବନ, ମନକୁ ଭରେ ଉଲ୍ଲାସେ ।
ଅଶାନ୍ତର ନିଆଁ କିଆଁ କୁହ କୁହୁଳି
ଜଳୁଛି ଆଜି ଏଇ ବିଶ୍ବରେ
ଲିଭିଛି ହସ, ମଣିଷ ଖୋଜୁଛି ମଣିଷର
ରକ୍ତ, ସମାଜ ପଡିଛି ବିପଦରେ ।
ସ୍ବାର୍ଥରେ ହଜିଛି ପ୍ରେମ ମମତାର ମୂଲ
ଦିନ କଟେ ଖାଲି ସନ୍ଦେହରେ
ଶାନ୍ତିର କପୋତ କାହିଁକି, କାହା ଯୋଗୁ
କାନ୍ଦୁଛି, ଅଶାନ୍ତି ଘୋଟିଛି ଦୁନିଆରେ ।
ମଣିଷକୁ ଭଲ ପାଇବା ଶାଶ୍ୱତ ଓ ଚିରନ୍ତନ,
ଅଭାବ ରହିଛି ନିବିଡ଼ତାରେ
ବଦଳି ଯାଉଛି ତାର ରୂପରେଖ ଭରି ଅହଂ
ଭାବର ବିଷ, ହୃଦୟ କନ୍ଦରରେ ।
ଅମାନିଆ ହୋଇଛି ମଣିଷ ମନ ମଧ୍ୟେ ବୁଝି
ପାରେନି ସବୁ ଘଟଣାର ଚିତ୍ର
ବଢିବାର ସ୍ବପ୍ନ ଯେତେ ସବୁ ମିଳେଇ ଯିବ ତ
ନବୁଝିଲେ ସ୍ୱରୂପ ଅମଣିଷତ୍ୱର ।
