STORYMIRROR

Umashankar Satpathy

Romance

4  

Umashankar Satpathy

Romance

ଅର୍ଥୋଡକ୍ସ ଲଭ

ଅର୍ଥୋଡକ୍ସ ଲଭ

1 min
327


ଛୁଇଁ ଦିଏ ଯେବେ ଚଗଲା ଫଗୁଣ

ବାଉଳା ହୁଏ ମୋ ମନ

ନୟନ ସାଉଁଟେ ତୁମ ସ୍ମୃତିସବୁ

ଭୁଲି ଯାଇ ସବୁ ଅଭିମାନ

ପୀରତି ଶେଫାଳୀ କଡ ଲେଉଟାଇ

ମନେ ଭରିଦିଏ ତାତି

ମତୁଆଲା ରାତି, ଉଛୁଳା ପୀରତି

ହରିନିଏ ମତି ଗତି

କାମନା କାନନେ ବ୍ୟାକୁଳ ମନଟା

ତୁମ ଛୁଆଁ ଖୋଜେ ନିତି

ମାଦକତା ଭରା ପୀରତି ମଦିରା

ସତେ କି ପ୍ରଣୟ ଗୀତି।

ମିଳନ ଆଶା ମଉଳା ପରଶେ

ଛାତିରେ ଫୁଟଇ କୋହ

ମନେ ଶିହରଣ, ଦେହେ ଉନ୍ମାଦନା

ଆଖିରେ ଆଖିଏ ଲୁହ

କୁହ ପ୍ରିୟେ ତୁମେ ଶୁଣି ପାରୁଛ କି କରୁଣ ଚିତ୍କାର 

ଶୁଭେ ଦୂରୁ ରହି ରହି !!

ଅଂଗ ବିହିନ କବନ୍ଧ ମାନଂକ

ବିଲକୁଲ ମୋ ମନ ପରି ??

ବିଜନ ଆଜି ଏ ସହର ବଜାର

ପସରା ମେଲିଛି ଏକା...

ଆଖି ବୁଜିଦେଲେ ସତ କହୁଛି ଗୋ

କଟି କଳାଜାଇ ଦିଶିଯାଏ ମତେ

ଖୋଲିଦେଲେ ବିଭୀଷିକା ।

ସ୍ମୃତିରେ ସ୍ମୃତିର ସମ୍ଭୋଗ କରିଛି

ସ୍ମୃତିରେ ହିଁ ପୂଜାଫୁଲ

ଏ ଓଠର ଶବ୍ଦ ସଜାଦେଇ ମୁଁ

ସଂଜୀବନୀ ସ୍ପର୍ଶ ଲଭେ ।

ଯେବେଠାରୁ ତୁମ ଓଠର ଉଷ୍ମତା

ମୋ ଓଠକୁ ଛୁଇଁ ଥିଲା

ସେଇ ଉଷ୍ମତା ଆଜି ମୋ କବିତା

ସବିତା ଅପରାଜିତା !!

ପରିଣତ ଆଜି ପ୍ରମାଣ କରୁଛି,

ସବୁ ନିଷ୍ପ୍ରଭ ଆଶଙ୍କାର ତରୁ ଡାଳେ,

କି ଲାଭ ମିଳିଲା ସମାଜ ପଚାରେ

ପ୍ରେମକୁ ଏ ମୂଲ୍ୟ ଦେଲି !!

ବେଶି କଷ୍ଟ ଲାଗେ 

ତୁମ ନିଶ୍ୱାସର

ମତୁଆଲା ଗନ୍ଧ 

ଘନ ଅନ୍ଧକାରେ

ପାଗଳ ପ୍ରାୟ ମୁଁ ଖୋଜେ

ସୃଷ୍ଟିର ଏ ବିନାଶ ବେଳାରେ

ତୁମକୁ ଆଜି ବି 

ଜୀବନ୍ୟାସ ଦିଏ .....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance