Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଅରଜିବା କୀର୍ତ୍ତି ଯଶ

ଅରଜିବା କୀର୍ତ୍ତି ଯଶ

1 min
236


"କେହି ରହିନାହିଁ ରହିବେ ନାହିଁଟି

   ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

   ବାହୁଡିବେ କାଳ ବଳେ" ।

ମୀନ ପ୍ରାୟ ମନ ମଣିଷ ଜୀବନ

   କାଳ ଜାଲୁ ନାହିଁ ତ୍ରାହି

ଧରି ନେବ କାଳ ଯମ ରୂପେ ଆସି

   କୈବର୍ତ୍ତ ଜାଲକୁ ପାତି ।

ପଶୁ ତୁଲ୍ୟ ଖାଇ ବଞ୍ଚିବା ନୁହଁଇ

   ମଣିଷ ଜୀବନ ଲକ୍ଷ୍ୟ

ଶିକ୍ଷା ଦୀକ୍ଷା ଲାଭ ସାଧନ ମହତ

   କର୍ମ ଉଚିତ କର୍ତ୍ତବ୍ୟ ।

ବିବର୍ତ୍ତନ କ୍ରମେ ଗୁଣର ଉନ୍ମେଷ

   ଲାଭ ହୁଏ ସୁସଂସ୍କାର

ମରଇ ମଣିଷ ଆତମା ଅମର

   ଜନ୍ମ ହୁଏ ବାର ବାର ।

ସାଧୁ ଗୁଣୀ ଜନେ କାବ୍ୟ କଥା ଗୀତେ

   ଦେଇଛନ୍ତି ଉପଦେଶ

ଉତ୍ତମ ଆଦର୍ଶ ଅନୁପାଳି ଆମେ

    ଅରଜିବା କୀର୍ତ୍ତି ଯଶ ।

   


Rate this content
Log in

Similar oriya poem from Classics