STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Romance

ଅଢ଼େଇ ଅକ୍ଷର "ପ୍ରେମ"

ଅଢ଼େଇ ଅକ୍ଷର "ପ୍ରେମ"

1 min
13.4K


ପ୍ରେମ ଏକ,

ସୁନ୍ଦର, ସୁସ୍ଵର ,

ସୁମଧୁର, ଧ୍ୱନି ଟିଏ! ;

ହୃଦୟର ସ୍ପନ୍ଦନରେ

ଅଢ଼େଇ ଅକ୍ଷର ତାରଦେହେ ବାଜୁଥିବା

ଯୌବନ ରୂପୀ ପିଆଲାରେ

କଟାକ୍ଷ କଟୁରୀ ସେ.

କାଟିଦିଏ ହ୍ରୁଦର ଷ୍ପନ୍ଦନ,

ସତେ ସେଇ ସମୟର ପଛେ,

ସେଇ ପ୍ରେମ ଲାଗି

ପ୍ରତାରଣା ତୀୀରେ

ସ୍ମୃତି ଟିଏ ସାଜି.

ହେଉ ଅବା କୁସୁମିତ,

ଲକ୍ଷ ଅଲକ୍ଷ୍ୟରେ ଗୁଞ୍ଜନ ସେ

ପବନ ବେଗରେ,

କେତେ ଭାଷା ମାନବ ଓଠରେ.

ଜାଳିଦେଇ ସବୁ ସ୍ୱପ୍ନ

ସ୍ନେହ ମମତାର,

ବେଳ ଦେଖି କଳଙ୍କିତ କରେ,

ଅଭିମାନ ଈର୍ଷା ପୂର୍ଣ୍ଣ କ୍ଷୁବ୍ଧତାର

ପରିପକ୍ୱ ସାଜି,

ସତେ ସେଇ ଅଢ଼େଇ ଅକ୍ଷର!.

ହେଉ ସିଏ ;

ପ୍ରକୃତିର ଚକ୍ରବ୍ୟୁହ ମଧ୍ୟେ,

ଅବା ସେହି,

ବୟଷର କୃର କଟାକ୍ଷ ରେ,

ହୃଦୟଟେ କିଣିନିଏ,

କେଉଁ ଏକ ଭିନ୍ନ ଦୁନିଆଁକୁ

ଖାଲି ସେଇ ଅଢ଼େଇ ଅକ୍ଷର,

ସ୍ନେହ, ପ୍ରୀତି, ମମତାର

ମଧୁରତା ମଧ୍ୟେ "

ସତେ ଯେମିତି ସେ ଅନ୍ୟ ଏକ

ଅଦେଖା ହ୍ରୁଦକୁ.

ବୁଝେ ସିନା ଦୁଇଟି ସ୍ପନ୍ଦନ

ଅଢ଼େଇ ଅକ୍ଷରେ,

ବହୁଥିବା ଗଙ୍ଗା ଯମୁନାର

ମିଳନ ସ୍ଥଳୀକୁ,

ପବିତ୍ରତା ଦୁଇଟି ସ୍ପନ୍ଦନେ,

ରୂପ ତୋଳେ ସମାଜ ତାହାକୁ

ଭଗ୍ନ ସ୍ତୁପ ଶିର୍ଣ ଅଟ୍ଟାଳିକା

ଜୀର୍ଣ୍ଣ କାନ୍ଥ ଦେହେ

ସ୍ମୃତିର ସେ ସମାଧି ଦେହରେ

କଳଙ୍କର ତୂଳୀକାଟେ ଧରି

ସତେ ସେଇ ପ୍ରେମ ଟିକ ଲାଗି

ଦୁଇ ହୃଦ ସ୍ପର୍ଶତାର ମଧ୍ୟେ.


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance