ଅର୍ଦ୍ଧସତ୍ୟ
ଅର୍ଦ୍ଧସତ୍ୟ


ଅର୍ଦ୍ଧସତ୍ୟ
କଳଙ୍କର ଦାଗ ନେଇ ତୁମେ
ଗଙ୍ଗା ଭଳି ପବିତ୍ର
ହେଲେ ମୁଁ,
କଳଙ୍କଠୁ ଦୂରେ ରହିବି କଳୁଷିତ l
ଛଳନାର ଚକ୍ରବ୍ୟୁହ ରଚି ତୁମେ
ନିଷ୍କପଟ, ନୀରୀମାଖି
ଆଉ ମୁଁ,
ପ୍ରେମରେ ସବୁକିଛି ତ୍ୟାଗକରି
ଆଜି ପ୍ରତାରକ !
ପ୍ରତାରଣା କରି ତୁମେ ଚାଲିଗଲ
ଆଉ କାହା ହାତ ଧରି
ତଥାପି ତୁମେ ତ୍ୟାଗର ପ୍ରତିମା
ତୁମରି ପ୍ରତୀକ୍ଷାରେ
ବୟସ ମୋ ଗଡିଗଲାଣି
p>
ହେଲେ ଲୋକେ କହନ୍ତି
ମୁଁ ନିର୍ଦୟୀ, ପ୍ରବଞ୍ଚକ l
ସାତ ଖୁନ କରି ତୁମର ସବୁ ଦୋଷ ମାଫ
ବିନା ଦୋଷରେ ମୋ ଉପରେ
ସାତ ଖୁନର ଦଣ୍ଡ,
ସତ୍ୟ କେବଳ ତୁମେ ଜାଣ, ଆଉ ମୁଁ
କିନ୍ତୁ, ତୁମେ ସତ କହିବନି
ମୁଁ କହିଲେ ଵି କେହି ବିଶ୍ଵାସ କରିବେନି l
ମୋକଥା ମନେ ପକାଇବାକୁ,
ତୁମ ପାଖରେ ସମୟ ନଥିବ
ହେଲେ ମୋ ପାଖରେ ସମୟ ହିଁ ସମୟ
କିନ୍ତୁ, ତୁମ ଛଡା ଆଉ ମନେପଡ଼ିବାକୁ
କେହି ନାହିଁ l