ଅପୂର୍ବ ଶୋଭା ଭଣ୍ଡାର
ଅପୂର୍ବ ଶୋଭା ଭଣ୍ଡାର
ସବୁଜ ଚାଦର ପ୍ରକୃତି ମାତାର
ଅପରୂପ ସୌନ୍ଦର୍ଯ୍ୟର,
ଧରଣୀ ରାଣୀ ମୋ ସଦା ଆନନ୍ଦିତ
ଦାନ ଏ ଈଶ୍ବରଙ୍କର,
ଝୁଲେ କାଶତଣ୍ଡୀ କୋଳରେ ପ୍ରକୃତି
ବିକ୍ଷିପ୍ତ କେଶରାଜିର ।।
ସବୁଜ କ୍ଷେତରେ ହିଡ ସେପାଖରେ
ଶୁଭ୍ର କେଶରାଜି ଧରି,
ହଲି ଦୋହଲାଇ ଶରୀର ତାହାର
ଚିତ୍ତକୁ ଆକର୍ଷି କରି,
ଡାକୁଥାଏ ପାଖକୁ ତା'ର
ସୁସ୍ବାଗତ କରେ ଆନନ୍ଦ ମନରେ
ଧରା ଜୀବ ଜଗତର ।।
ନଈପଠା ପ
ରେ ଶରତ ଋତୁରେ
ଶାରଦାଙ୍କ ଆଗମନେ,
ଅଭିନନ୍ଦନୀକା ସ୍ବରେ ଆବାହନେ
ମାଆ ଆସ ଧରା ପରେ,
କବି ଭାବୁକ ଗହଣେ
ବିଶ୍ବ ବିଧାତାଙ୍କ ବିଚିତ୍ର ସୃଷ୍ଟିରେ
କାଶତଣ୍ଡୀ ଚିତ୍ତ ହରେ ।।
କାକର ଟୋପାରେ ମୁକ୍ତା ପରି ଝରେ
ସୁନେଲି ସୂର୍ଯ୍ୟ ଆଭାରେ,
ଉତଫୁଲ୍ଲିତ ହୋଇ ମଥାଟେକି ଥାଇ
ସତେ କି ସେ ସଗର୍ବରେ,
ଆମ ପବିତ୍ର ମାଟିରେ
ଅପୂର୍ବ ଶୋଭାର ରହିଛି ଭଣ୍ଡାର
କାଶତଣ୍ଡୀ ଏ ମହୀରେ ।।