ଅପୂର୍ବ ଲୀଳା ମର୍ତ୍ତ୍ୟରେ
ଅପୂର୍ବ ଲୀଳା ମର୍ତ୍ତ୍ୟରେ
ମେଘ ବରଷିଲା ଟୁପୁରୁ ଟାପୁରୁ
କେଶୁର ମାଇଲା ଗଜା l
ଉତ୍କଳ ରାଇଜେ ବଡ଼ପରବ ଲୋ
ଶ୍ରୀକ୍ଷେତ୍ରେ ବାଜଇ ବାଜା ll
ନୀଳାଚଳ ନାଥ କାଳିଆ ସାଆନ୍ତ
ଭାଇ ଭଉଣୀଙ୍କୁ ନେଇ l
ରତନ ବେଦୀରୁ ଆସିଛି ଓହ୍ଲେଇ
ଭକ୍ତ ନାଚେ ଥେଇଥେଇ ll
କାଳିଆ ବଳିଆ ଭଉଣୀ ସୁଭଦ୍ରା
ତିନି ଦିଅଁ ତିନି ରଥେ l
ଘଣ୍ଟ ହୁଳ ହୁଳି ପଡ଼େ ଯା ଉଚ୍ଛୁଳି
ଲୀଳା ଲାଗିଅଛି କେତେ ll
ଲକ୍ଷ ଲକ୍ଷ ଭକ୍ତ ସର୍ବେ ରୁଣ୍ଡିଭୂତ
ମୁଣ୍ଡେ ଚାଲିଯିବ ଥାଳ l
ହସ୍ତତୋଳି ନୃତ୍ୟ
ଭକ୍ତ କୃତକୃତ୍ୟ
ହରିବୋଲ ହରିବୋଲ ll
ସୁନା ସମାର୍ଜନୀ ହସ୍ତେ ଗନ୍ଧପାଣି
ଆସିଲେ ଠାକୁର ରାଜା l
ମନ୍ଦ ମନ୍ଦ ଗତି ଚାଲେ ପାଟ ହାତୀ
କାହାଳୀ ତେଲିଙ୍ଗି ବଜା ll
ଡାହୁକ କୁହୁକେ ରହି ରହି ଡାକେ
ରଥ ଚାଲେ ଘିଡ଼ି ଘିଡ଼ି l
ଗୁଣ୍ଡିଚା ବାଡ଼ିକୁ ଧୀରେ ଯାଏ ଗଡ଼ି
ଭକ୍ତ ହେଲେ ଗଡ଼ାଗଡ଼ି ll
କାଳି ଦର୍ପ ଦଳା ଭକ୍ତରେ ବାଉଳା
ଅପୁର୍ବ ଲୀଳା ମର୍ତ୍ତ୍ୟରେ l
ନବଦିନେ ଫେରି ଆସିବେ ଶ୍ରୀହରି
ଜୟ ଜଗଦୀଶ ହରେ ll