ଜୟ ପ୍ରଭୁ ଦୁଷଣାରି
ଜୟ ପ୍ରଭୁ ଦୁଷଣାରି
ଜୟ ଜୟ ରାମ କୌଶଲ୍ୟା ନନ୍ଦନ
ଜୟ ଜୟ ଧନୁର୍ଦ୍ଧର l
ଘୋର ଜନସ୍ଥାନେ ଶୁଭିଲା ସଘନେ
ତୁମ୍ଭ କାର୍ମୁକ ଟଙ୍କାର ll
ସେ ଧନୁ ନିର୍ଘୋଷ ଶୁଭି ଶତକୋଷ
ଜନସ୍ଥାନ ଗଲା ଥରି l
ଭ୍ରାତା ଶ୍ରୀ ଲକ୍ଷ୍ମଣ ହସ୍ତେ ଧନୁର୍ବାଣ
ସଙ୍ଗେ ସୀତୟା ସୁନ୍ଦରୀ ll
କାର୍ମୁକନିର୍ଘୋଷେ କମ୍ପିଲେ ରାକ୍ଷସେ
ମନେ ପାଇ ବଡ଼ ଦକା l
କେଉଁଠୁ ଆଇଲେ ଆରେ ଏ ଜଟିଆ
ବ୍ରହ୍ମଚାରୀ ଦୁଇଟୋକା ll
ଲକ୍ଷ ଲକ୍ଷ ରକ୍ଷ ହୋଇଲେ ଅରକ୍ଷ
&
nbsp; ସ୍ୱର୍ଗୁ ବର୍ଷଇ ସୁମନ l
ମହା ବଳବନ୍ତ ବେନି ଦୈତ୍ୟ ହତ
ନିର୍ବୋଧ ଖର ଦୁଷଣ ll
ନାମ ବହି ଅଛ ପ୍ରଭୋ ଦୁଷଣାରି
ଦୁଷଣ ସଂହାରକାରୀ l
ନିଘଞ୍ଚ କାନନେ ଆହେ ଦୟାମୟ
ସୀତା ଗଲେ ପୁଣି ଚୋରି ll
ଜୟ ଜୟ ରାମ, ଶ୍ରୀ ରଘୁନନ୍ଦନ
ସତ୍ୟସନ୍ଧ ମହାବୀର l
ଆହେ ରାବଣାରି ରାବଣକୁ ମାରି
ଜାନକୀ କଲ ଉଦ୍ଧାର ll
ଜୟ ରମ୍ୟ ରାମ, ନୟନାଭିରାମ
ତୁମ୍ଭେ ହେ ସତ୍ୟ ସୁନ୍ଦର l
ପିତୃସତ୍ୟ ପାଳି ବନେ ଗଲ ଚଳି
ପଦେ କରେ ନମସ୍କାର ll