STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମାତୃ ଆବାହନୀ

ମାତୃ ଆବାହନୀ

1 min
11



ମରତରେ ଶୁଭିଲାଣି ଶରତ ରାଗିଣୀ l

ଓହ୍ଲାଇ ଆସୁଅଛନ୍ତି ବିଶ୍ଵ ଠାକୁରାଣୀ ll

ଭରଦ୍ୱାଜେ ଉଡ଼ିଲେଣି କରି କଳଧ୍ଵନୀ l

ସରସୀରେ ଫୁଟିଛନ୍ତି କଇଁ କୁମୁଦିନୀ ll

ବିଲ ଦଣ୍ଡା ଗ୍ରାମ ଗଣ୍ଡା ନଈପଠା ମଣ୍ଡି l

ଶୁଭ୍ରଚାମରେ ଆଲଟ ଶୁଭ୍ର କାଶତଣ୍ଡି ll

ପ୍ରଭାତରୁ ଫୁଟି ଝରିପଡ଼ନ୍ତି ଶେଫାଳୀ l

କନିଅରପୁଷ୍ପେ ଦୋଳିଖେଳୁଛନ୍ତି ଅଳି ll

ନିର୍ମଳ ଯୋଛନା ତବ ପ୍ରକାଶ ପ୍ରକାଶି l

ତାରକାଖଚିତ ନଭ ଶୋଭା ପୂର୍ଣ୍ଣଶଶି ll

ବାରତା ପଠାଇଛନ୍ତି ମାଆ ଦୟାମୟୀ l

ନଉକା ବାହନେ ଶୁଣ ଯାଉଅଛି ମୁହିଁ ll

ଶୁମ୍ଭ ନିଶୁମ୍ଭ ଯେତେକ ହୁଅ ସାବଧାନ l

ମହିଷା ଲୁଟ ଜଗତେ ମାଆର ସମ୍ମାନ ll

ହସ୍ତରେ ରହିଛି ଦେଖ କରାଳ ତ୍ରିଶୂଳ l

ଗଳେ ପକାଇବି ସତ ତୁମ୍ଭ ମୁଣ୍ଡମାଳ ll

ଜୟ ଜଗତଜନନୀ ଆସ ଆସ ମାଆ l

ତୁମ୍ଭବିନା ସନ୍ତାନକୁ କିଏ ଦେବ ରାହା ll

ଆସ ମା କରୁଣାମୟୀ ଆସ ଦୟାବହି l

ପୂଜା ଫୁଲ ତବ ମାତ ରଖିଛୁ ସଜାଇ ll

ଶୁଣିବାକୁ ଇଚ୍ଛା ତବ ସ୍ନେହମୟୀ ବାଣୀ l

ନମସ୍ତୁତେ ନମସ୍ତୁତେ ନମ ନାରାୟଣୀ ll

        


Rate this content
Log in

Similar oriya poem from Inspirational