ଗାନ୍ଧୀଙ୍କ ତିନି ମାଙ୍କଡ଼
ଗାନ୍ଧୀଙ୍କ ତିନି ମାଙ୍କଡ଼
ଗାନ୍ଧୀ ଜୟନ୍ତୀ ଗାନ୍ଧୀ ଜୟନ୍ତୀ l
ଗାନ୍ଧି ମରତରେ ଆଉ ନାହାଁନ୍ତି ll
ତିନି କଥା କହୁ ଅତି ସୁନ୍ଦର l
ଗାନ୍ଧୀଙ୍କର ଆମ୍ଭେ ତିନି ବନ୍ଦର ll
ପ୍ରଥମ ବନ୍ଦର ପାଟି ମୋ ବନ୍ଦ l
ଭଲ ଛଡ଼ା ମୁହିଁ ନକହେ ମନ୍ଦ ll
ଦିତୀୟରେ ମୁହିଁ ଆଖି ବୁଜିଛି l
ମନ୍ଦକଥା ମୁହିଁ ନଦେଖେ କିଛି ll
ତୃତୀୟ ବନ୍ଦର ବନ୍ଦ ମୋ କାନ l
ଭଲ କଥା ଶୁଣ ମନ୍ଦ ନ ଶୁଣ ll
ଭଲକଥା କହି ମୋହିବ ମନ l
ମନ୍ଦକଥା ତୀକ୍ଷ୍ଣ ବାଣ ସମାନ ll
ମନ୍ଦକଥା ଦେଖି ବୁଜିବ ଆଖି l
ନହୋଇବ ମାନି ଜାବିନି ସାକ୍ଷୀ ll
ମନ୍ଦକଥା କେବେ ନଶୁଣ କର୍ଣ୍ଣେ l
କର୍ଣ୍ଣ ଡେରିଥିବ ସାଧୁ ବଚନେ ll
ତିନି ମାଙ୍କଡ଼ଙ୍କ ତିନୋଟି କଥା l
ଭାଇମାନେ ସଦା ମନେ ରଖିଥା ll
ବିପଦ ଆପଦ ଅବା ବିବାଦ l
ପଡ଼ିବନି ଭାଇ କେବେ ପ୍ରମାଦ ll
ମାଙ୍କଡ ଖାଇଲେ କାଙ୍କଡ଼ କଷି l
ଆମେ ତିନି ହନୁ ବସିଛୁ ରୁଷି ll