STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସୁଛନ୍ତି ମାଆ

ଆସୁଛନ୍ତି ମାଆ

1 min
12


  

ଉଡ଼ି ଉଡ଼ି ବୁଲେ ଭଦ ଭଦଳିଆ 

   କାଉ ରାବି ବୁଲେ କାଆ l

ଡିବିଡିବି ବାଜେ ଯୋଡ଼ି ନାଗରାଲୋ 

   ଆସୁଛନ୍ତି ପରା ମାଆ ll

ଆନନ୍ଦ ଧରଣୀ ଆନନ୍ଦ ବାଣ୍ଟିବେ 

   ଆନନ୍ଦମୟୀ ଜନନୀ l

ତିନିପୁରେ ପୁଜ୍ୟା ଜୟ ମା ଗିରିଜା 

   ବିଶ୍ଵବନ୍ଦ୍ୟ ଠାକୁରାଣୀ ll

ରମ୍ୟ ଦିଶି ଧରା ସୋନ୍ଦର୍ଯ୍ୟ ପସରା 

   ଗାଏ ମାତୃ ଆବାହନୀ l

ରମ୍ୟ ହର୍ମ୍ୟମାନ ସଜ ହୋଇଲେଣି 

   ଶୁଭେ ମଙ୍ଗଳ ରାଗିଣୀ ll

ସରସୀର

ଜଳ ହୋଇଲେ ନିର୍ମଳ 

    ଫୁଟିଛନ୍ତି କୁମୁଦିନୀ l

ଆଲଟ ଚାମର କାଶ କୁସୁମର 

   ଶୁଭେ ଶୁଭଶଙ୍ଖ ଧ୍ଵନୀ ll

ଜୟ ମାଆ ଦୁର୍ଗେ ଦୁର୍ଗତି ନାଶିନୀ 

   ଜୟ ମାଆ କାତ୍ୟାୟନୀ l

ମାଆ ମାହେଶ୍ୱରୀ ଅମ୍ବିକା ଗୋଉରୀ 

    ଜୟ ମହିଷା ମର୍ଦ୍ଦିନୀ ll

ଆସୁଛନ୍ତି ମାଆ ଦିବ୍ୟ ଧାମ ଛାଡ଼ି 

    କରୁଣାମୟୀ ଜନନୀ l

ମାଆ ଦଶଭୂଜା ଶୁଭେ ବାଜେ ବାଜା 

    ନମସ୍ତୁତେ ନାରାୟଣୀ ll

  


Rate this content
Log in

Similar oriya poem from Inspirational