STORYMIRROR

Narayan chandra Senapati

Abstract

2  

Narayan chandra Senapati

Abstract

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

1 min
157

ଶାସ୍ତ୍ର ବଗିଚାର ପଳାସଟେ ଯିଏ

ଜାଣେନା ବାସନା କ'ଣ

ଗୋଲାପ ସେବତୀ ଜ୍ଞାନ ଗୁଣ କଳେ

କେଡେ ଅଲାଜୁକ ପଣ

ହିତ ଅହିତ ତା ବିଚାରରେ ନାହିଁ

କରେ ସେ ସାହିତ୍ୟ ଚର୍ଚ୍ଚା

ଖରାପ ଭାଷା ତା ମୁଖେ ଗର୍ଜୁଥାଏ

ସତେ ଅବା ତୀକ୍ଷ୍ଣ ବର୍ଚ୍ଛା

ବ୍ୟବହାରରେ ସେ ବଣୁଆ ଜନ୍ତୁଟେ

ଅଶୁଦ୍ଧକୁ କରେ ହାର

ନିପଟ ମୁରୁଖ ଜାଣେନାହିଁ କଥା

ଲେଖେ କରି ତୀରସ୍କାର

ଶିଖିନାହିଁ ଛନ୍ଦ କି ଆଧୁନିକ ସ୍କନ୍ଧ

ତତ୍ତ୍ବେ ବ୍ୟାକରଣେ ଅଜ୍ଞ

ବାହାସ୍ଫୋଟ ମାରି ଭାଷଣଟା ଝାଡେ

ସତେ ସାହିତ୍ୟେ ସର୍ବଜ୍ଞ

ନିଜକୁ କେବେ ବି କଳି ପାରିନି ସେ

ସାଜେ ଅନ୍ୟର ଶିକ୍ଷକ

ଚାଲୁଣି ପରାଏ ଛୁଞ୍ଚିକୁ କହୁଛି

ଜାଗ ହେ ଭାଷା ଭିକ୍ଷୁକ

ମାନ କଣ ସିଏ ମୂଳରୁ ଜାଣିନି

ମାନପତ୍ରେ କରେ ବ୍ୟାଖ୍ୟା

ସାହିତ୍ୟର ମୂଲ୍ୟବୋଧ ଜାଣେନା ସେ

ଦିଏ ଚୋର ହୀନ ଆଖ୍ୟା

ଅଜ୍ଞାନ ମୁରୁଖ ପ୍ରାଦୁର୍ଭାବ ବଢି

ଦୁଲୁକୁଛି ଏ ସମାଜ

ଅପ୍ରିୟ ସତ୍ୟ ମୋ ଲେଖନୀ ମୁନରୁ

ଭଲ ମନେ ସର୍ବେ ହେଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract