STORYMIRROR

Debadatta Jena

Abstract Romance

4  

Debadatta Jena

Abstract Romance

ଅପରିସୀମ

ଅପରିସୀମ

1 min
266


ମୁଁ ଜାଣିନି,,, 


ତୁମ ବିଭୋର ଭାବନା


ବଳୟରେ, 


କେତେ ଯେ ଗଭୀରତା ଅଛି, 


ମୁଁ ଆଜି ଭ୍ରମିତ,,,!


ମୁଁ ଜାଣିନି,,, 


ତୁମ ମହନୀୟ ମହକରେ 


କେତେ ଯେ ମାଦକତା ଅଛି, 


ମୁଁ ହୁଏ ଉତ୍ସସିତ, 


ସୁବାସିତ,ମହକିତ,,,!


ଆଉ ମୁଁ ଜାଣିନି,,, 


ତୁମ ଅସରା ରଂଗରେ, 


କେତେ ଯେ ବିଭୋରତା ଅଛି,


ମୁଁ ହୁଏ ଆତୁର,ବିଭୋର,


ଅବଦମିତ,ଅସମାହିତ..!


ମୁଁ ଜାଣିନି... 


ତୁମ ସ୍ପର୍ଦ୍ଧିତ ରୂପରେ 


ଯେ ଏତେ ରଂଗ ଅସୁମାର, 


ମୁଁ ଚିର ଇପ୍ସିତ,ଆକର୍ଷିତ..!


ତୁମ ଗୁଣ, ଅଵଗୁଣରେ ଯେ, 


କେତେ ଗୋପନୀୟତାର


ପ୍ରଲୁବ୍ଧ ପ୍ରାବଲ୍ୟ,,, 


ମୁଁ ଆଜି ଦୃପ୍ତ,ସଂଗୋପୀତ, 


ତୁମ ଚର୍ଚ୍ଚିତ ଆକର୍ଷଣେ 


କେତେ ଯେ ଶିହରଣ ଅଛି, 


ମୁଁ ହୁଏ ଲୁବ୍ଧ ଆକର୍ଷିତ..!


ତୁମ ଚର୍ବିତ ଗଂଧରେ, 


କେତେ ଯେ ସୁଗନ୍ଧ ଭରି ରହିଛି,


ମୋ ତନୁ, ମନ ସୁଗନ୍ଧିତ, 


ତୁମ ବିରହରେ କେତେ 


ଯେ ସମ୍ମୋହନ,ବିମୋହନ ଅଛି, 


ମୁଁ ମୁଗ୍ଧ,ଚକିତ,ବିମୋହିତ..!


ଆଉ ତୁମ ଆବେଗରେ 


କି ବ୍ୟଗ୍ରତା ଭରପୁର ଅଛି ଯେ, 


ମୁଁ ଚିର ଚଞ୍ଚଳ, ଜାଗ୍ରତ, 


ଆଉ ବେଶ ଅଗ୍ରହାନ୍ବିତ..!


ତୁମ ନୟନାଞ୍ଜନେ 


କି କୁହୁକ ଅଛି ଯେ ମୁଁ 


ହୁଏ ଆହତ ଅନୁରଂଜିତ..!


ହଁ, କହିପାର ତୁମେ ଏ ସବୁ, 


ଅତି ରଂଜିତ,ବଚସ୍କର, ମୁଁ ତଥାପି 


ନତ ମସ୍ତକ, ନତ ଜାନୁ,


ସଦା ବାଂଛିତ, ଅନୁଗ୍ରହୀତ..!


ତୁମ ସେ କାୟାକଳ୍ପ, ଛାୟା ଚିତ୍ରର 


ଚିତ୍ର କଳ୍ପ ଯେ ସତ୍ୟ, 


ବାସ୍ତବ, ମିଛ ନୁହେଁ, ଅସ୍ତ ବ୍ୟସ୍ତ 


ଓ ଭ୍ରମିତ,କପୋଳ କଳ୍ପିତ,


ନୁହେଁ ସେ ଘୃଣ୍ୟ, ଅବା 


ନୁହେଁ, ଅପଣଂକ୍ତେୟ,..!


ତୁମେ ମୋ ବେଦନା ଦୀପ୍ତ 


ଆତ୍ମାର ନୀରବଛିନ୍ନ ଛଦ୍ମ ପରିପ୍ରକାଶ, 


ଅବା ତୁମେ ମୋ ସ୍ଵକୀୟ ଶରୀରର 


ଭିନ୍ନ ଏକ ରୂପ ସତ୍ତା,ନିଜସ୍ୱ ଆତ୍ମୀୟ


ଏକ ହିଁ ଆତ୍ମା ଦୁଇଟି ଶରୀର..!


ମୁଁ ଜାଣିନି ତୁମ ଦେହେ କେତେ ଯେ 


ଚୁମ୍ବକ,ମହକ, ପୁଲକ,


ମୁଁ ହୁଏ ପୁଲକିତ, ମୋ ଆତ୍ମସତ୍ତା 


ଆଜି ଚୁମ୍ବକୀୟ,ମହନୀୟ..!


ମୁଁ ଜାଣିନି ତୁମ ଅନ୍ତରେ 


କେତେ ଯେ ବିଳାପ,ବିଳାସ,


ମୁଁ ହୁଏ ଚକିତ,ବିଳସିତ, 


ତୁମ ମନେ କେତେ ଆଶା,ଅଭିଳାଷ, 


ମୁଁ ଆଜି ନିତ୍ୟ ଅଭିଳଷିତ,


ତୁମର ସେ ଅପୂର୍ବ ମୂର୍ଚ୍ଛନାରେ 


କେତେ ଯେ ଉନ୍ମାଦନା ରହିଛି, 


ମୁଁ ହୁଏ ରୁଦ୍ଧିମନ୍ତ, ମୂର୍ତ୍ତିମନ୍ତ..!


ତୁମ ଅପଲକ ଶୋଭା ଯେ 


କେତେ କମନୀୟ, ଶୋଭନୀୟ, 


ମୁଁ ହୁଏ ସଦା ସମ୍ମୋହିତ, 


ତୁମ ମୋ ଦୂରତା ଭିତରେ, 


କେତେ ଯେ ବ୍ୟବଧାନ,ମୁଁ ମାପିନି, 


ସେ ସୀମା,ପରିସୀମା, 


ସରହଦ, ତୁମେ ତ ଅମାପ..!


ତୁମେ ମୋ ମଧୁର ଆଳାପ, 


ଅନ୍ତରଙ୍ଗ ଅତ୍ମୀୟତାରେ 


କେତେ ଯେ ପରାଗ,ଅସ୍ତରାଗ, 


ତଥାପି ମୁଁ ଚିର ଆକାଂକ୍ଷିତ, 


ଆହୁରି ବି ଜାଣିନି, 


ତୁମ, ମୋ ଭିତରେ କେତେ ଯେ 


ନୀରବତା,ମୁଁ ଆଜି ତଲ୍ଲୀନ..!


ମୁଁ ଜାଣିନି,ତୁମ ମୋ ସମ୍ପର୍କରେ 


କେତେ ଯେ ତାରତମ୍ୟ, 


ଅସମାହିତ,ଅପରିପୂର୍ଣ୍ଣ ବିଭେଦ,


ମୁଁ ନିରନ୍ତର,ଅଭିଭୂତ..!


ତୁମେ ମୋର ସମାନ୍ତର ମେରୁ 


ମୁଁ ଗୋଲାର୍ଦ୍ଧ ନୀରବଛିନ୍ନର, 


ଆଉ କହି ପାର ତୁମେ, 


ମୁଁ ପରିପୂରକ, ଅବା ଅନୁପୂରକ, 


ଆଉ ତୁମେ,ଅପରିସୀମ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract