STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅପରିଚିତ

ଅପରିଚିତ

1 min
216


ଅପରିଚିତ ଜନେ ବିଶ୍ୱାସ କରିବା 

ଉଚିତ ନୁହଁଇ କେବେ,

ବୁଝି ବିଚାରିକି ବନ୍ଧୁତା କରିଲେ

ବିପଦ ନ ଆସେ ଲବେ l


ଅପରିଚିତ ଜନ ପରିଚିତ ହେଲେ

ବନ୍ଧୁତା ହାତ ବଢାଅ,

ଘରର ଗୁମର ତଥାପି ସହଜେ 

କାହାକୁ କେବେ ନ ଳୁହ l


ଏବେକା ଯୁଗରେ ଅପରିଚିତ ବ୍ୟକ୍ତି

ମୋବାଇଲ ମାଧ୍ୟମରେ,

ବନ୍ଧୁତା କରିଣ ବିପଦେ ପକାନ୍ତି

ବିଶ୍ୱାସ ନକର ବାରେ l


ଅପରିଚିତଙ୍କ ମିଠା କଥା ଶୁଣି

ସହଜେ ନହୁଅ ବଶ,

ମାର୍ଜାର ପରି ଅଜ୍ଞାତ କୁଳଶୀଳେ 

ନଦିଅ କେବେବି ବାସ l


ସମାଜରେ ଏବେ ଘଟେ ଅପରାଧ 

କେବଳ ଏହାର ପାଇଁ,

ଶାନ୍ତିରେ ରହିବାଜୀବନରେ ସଦା

ଅପରିଚିତେ ଦୂରେଇ l



Rate this content
Log in

Similar oriya poem from Inspirational