ଅପରେସନ୍ ସିନ୍ଦୁର - ଆଉ ନାରୀ
ଅପରେସନ୍ ସିନ୍ଦୁର - ଆଉ ନାରୀ
ଅପରେସନ୍ ସିନ୍ଦୁର -
ଜାଗ୍ରତ ନାରୀର ଗୌରବ ର ଗାଥା
ସଂସ୍କୃତିର ଗନ୍ଧେ ଆଚ୍ଛାଦିତ
ପୁଣି
ସୁରକ୍ଷାର ଦାବିଦାର
ଆଉ -
ମନୋବଳର
ସୁରମ୍ୟ ଅଟ୍ଟାଳିକା ଟିଏ ।
ଅପରେସନ୍ ସିନ୍ଦୁର -
ନୁହେଁ ଖାଲି ସାମରିକ ଖେଳ
ଏଥିରେ ଲିଖିତ ଅଛି
ଆତ୍ମ ସମ୍ମାନର ସବୁଜ ସନନ୍ଦ
ଏଥିରେ ବି ଲେଖା ଅଛି
ନାରୀ ଶକ୍ତି ସାମର୍ଥ୍ୟର
ଦୃଢ ସ୍ୱାଭିମାନ ।
ଅପରେସନ୍ ସିନ୍ଦୁର -
ବନ୍ଧିତ ନୁହେଁଇ ସିଏ
ସଂପ୍ରଦାୟ ସୂତ୍ରେ
ସେ ଅଟେ ନାରୀର ଅସ୍ତିତ୍ୱ
ଗର୍ବ ଆଉ ଗଉରବ କଥା
ସେ କାଳୀ-ସେ ଦୁର୍ଗା
ଧ୍ବଂସ କରେ କୁତ୍ସିତ ମାନସିକତା
ଆଉ ଆସୁରିକ ବଳ -
ଧ୍ୱଂସ ସ୍ତୁପେ କରୁଥାଏ
ଶାନ୍ତି ଆବାହନ ।
ଅପରେସନ୍ ସିନ୍ଦୁର -
ଯେଉଁଠି ଦକ୍ଷତା ଓ ସାହସର
ବିବେଚନା ଓ ଆତ୍ମ ବିଶ୍ୱାସର
ଅପୂର୍ବ ମିଶ୍ରଣ
ଶ୍ରେଷ୍ଠତା ଓ ବିଶିଷ୍ଟତା ମଧ୍ୟେ
ସିଏ ଆମ ସୋଫିଆ କ୍ୟୁରେସି
ଆଉ
ବ୍ୟୋମିକା ସିଂହ ମହୋଦୟା ।
ଅପରେସନ୍ ସିନ୍ଦୁର-
ରଣାଙ୍ଗନେ ସେନା ଶକ୍ତି
ଆଉ
ନାରୀ ଶକ୍ତି ଧୁରୀଣତାର
ଅପୂର୍ବ ସମନ୍ବୟ
ଯିଏ ବଖାଣୁ ଥାଏ
ନାରୀ ସର୍ବାଦୌ ସର୍ବକ୍ଷେତ୍ରେ
ଶକ୍ତି ସ୍ୱରୂପିଣୀ
ତାର ଅନ୍ତଃର୍ନିହିତ ଉର୍ଜାରେ
ସେ ଜ୍ୟୋତିର୍ମୟୀ ।
ଅପରେସନ୍ ସିନ୍ଦୁର -
ନାରୀ ସାହସ ଓ ସମର୍ପଣର
ଏକ ଅଭିନବ ଅଭିଲିପି
ତାର ଗତିବିଧି ସ୍ଵକୀୟତାରେ
ସେ ବିମଣ୍ଡିତ
ଆଉ
'ଭୂ' ରୁ 'ଭୂମା' ପର୍ଯ୍ୟନ୍ତ
ତାହାର ବିସ୍ତୃତି |
ଅପରେସନ୍ ସିନ୍ଦୁର -
ଦେଶ ପାଇଁ ଗର୍ବର ଖୋରାକ
ନାରୀ ପାଇଁ ଜାଗୃତି ର ବାର୍ତ୍ତା
ଶତ୍ରୁ ପାଇଁ ଦୁର୍ଗା ଆଉ କଳୀ
ବନ୍ଧୁ ପାଇଁ ଅପୂର୍ବ ଚେତନା ।
ଅପରେସନ୍ ସିନ୍ଦୁର -
ଦୃଢ଼ୋକ୍ତି ର ଅଲିଭା ସନନ୍ଦ
ଦେଶପ୍ରେମ ର ଅମୀୟ ଆନନ୍ଦ
ଅନ୍ୟାୟ ଦମନର
ଚରମ ମନୋବଳ
ଆଉ
ଏକ ମର୍ଯ୍ୟାଦା ବନ୍ଧିତ ବାର୍ତ୍ତା ।
ଯେଉଁ ନାରୀର ଶକ୍ତି
ଆକାଶ ଛୁଆଁ ସାହସରେ ଘେରା
ନେତୃତ୍ୱ
ତା ମୁକ୍ତିର ଠିକଣା
ଆକ୍ରମଣ ତାର
ପ୍ରାଞ୍ଜଳ ଚିନ୍ତା ଚେତନାରେ ଭରା
ଯିଏ ଲେଖି ଯାଉଥାଏ
ନୂଆ ଏକ ନିୟମ ପୁସ୍ତିକା ।
