ଅଫୁଟା ଫୁଲ
ଅଫୁଟା ଫୁଲ
"ଅଭିମାନ " କାହାଠି ଯେ!
ପଞୁରୀ ରେ ରହିବା ର ବାଧ୍ୟ
ସିଏ ସୁନାର ହଉ କି ଟିଣର
ଡେଣା କଅଁଳିବ କେମିତି ଯେ
କଟା ହେଉଥାଏ ନା ମୂହୁର୍ତ୍ତ ମୂହୁର୍ତ୍ତ
ପାଦରେ ଘୁଙ୍ଗୁର,ନୂପୂର,ଦାୟିତ୍ୱ,ବନ୍ଧନ
ର ଟାଣ ଚିକ୍ ଚିକିଆ ରଜ୍ଜୁ ।।
ଅଛି ନା ! ଅମାନିଆ ମନ
ଆଉ ଅମାପ ଶକ୍ତି
ନାଟ୍ଯଶାଳା, ଉଷ୍ମତା ର ଅଗ୍ନି
କୋମଳ ଶେଫାଳି ର ମାଦକତା
ଏକାଠି ।
ପଙ୍କିଳ ପଦ୍ମ, ନୀରବ ନୟନ ଭିତରେ
ସ୍ବପ୍ନ ଛୁଆଁ ଆଭା
ବାତାୟନ ର ରେଲିଂ ଧାରଦେଇ ଆସିପାରେ
ପାପୁଲିରେ ଧରିହେଲା ପରି
ଖଟରେ ବିଛେଇ ପଡିଥିବା
ଚନ୍ଦାଲୋକ।।
ଆନମନା ନୁହେଁ ସେ
କୁମୁଦ କଳିକାର ପ୍ରେୟସୀ
ମାଖିଦେଇ ବୁଣିଯାଉଥିବା କିରଣକୁ
ଏ ଗାଲ ସେ ଗାଲ କରି ।।
ଅଫୁଟା ଫୁଲଟି
କଢବେଳୁ କିଏ କାଇଁ ତୋଳିନିଏ ଯେ !
ରାତି ସାରା ପାଣିରେ ପକେଇ ରଖେ,
ସେ କି ଫୁଟିବାର ପ୍ରକୃତ ଉପାୟ ।।
ଉଡିଜାଣିଲେ ସିନା ସାରା ଆକାଶ ମୋର
ନହେଲେ କଣ ? ମୁଠାଏ ପାଉଁଶ କି ?
ପ୍ରାଚୀର ଭେଦି
ଦେବୀ ଦେବୀ ଲାଗୁଥିବା ଅନୁରାଗିଣୀ
ଅଫୁଟା ଫୁଲକୁ ତୋଳି ନେଲା ପରେ
ଅଭିମାନ ସବୁ ଶେଷ ।।
**********************